ନୂଆଦିଲ୍ଲୀ: ଶୁକ୍ରବାର ଦିନ ଫିଲିପାଇନ୍ସର ମିଣ୍ଡାନାଓରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ (GFZ) ଅନୁଯାୟୀ, ମିଣ୍ଡାନାଓରେ ହୋଇଥିବା ଭୂକମ୍ପର ମାତ୍ରା ୬.୯ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଥିଲା। ଏପର୍ଯ୍ୟନ୍ତ କୌଣସି ଆହତ କିମ୍ବା କ୍ଷୟକ୍ଷତି ହେବାର ଖବର ଆସିନାହିଁ।