fbpx

ହଳଦିଆ ହଟେଇ ପୁଣି ପୂର୍ବ ଭଳି ଚିକଚିକ୍ ଧଳା ଦାନ୍ତ ଫେରିପାଆନ୍ତୁ: କେବଳ ଘରୋଇ ଉପଚାର

ଓଡିଶା ଭାସ୍କର: କଥାରେ ଅଛି ମଣିଷର ହସ ହିଁ ମନର ଭାବନାକୁ ପ୍ରକାଶ କରିଥାଏ। ସମସ୍ତେ ହସ ହସ ମୁହଁକୁ ଭାରି ପସନ୍ଦ କରିଥା’ନ୍ତି। କିନ୍ତୁ ବେଳେ ବେଳେ କିଛି ଜଣଙ୍କୁ ହସ ଲାଗୁଥିଲେ ବି ସେମାନେ ଜାଣିଶୁଣି ନିଜ ହସରେ ଲଗାମ ଲଗାଇଥାନ୍ତି। ଯାହାର କାରଣ ହେଉଛି ଅନ୍ୟ ମାନଙ୍କ ଦାନ୍ତ ଅପେକ୍ଷା ଆପଣଙ୍କ ଦାନ୍ତ ଦେଖିବାକୁ ଅସୁନ୍ଦର ଅର୍ଥାତ ଆପଣଙ୍କ ଦାନ୍ତ ହଳଦିଆ ପଡିଯାଇଥାଏ। ଯେଉଁଥିପାଇଁ ଆପଣ ଚିନ୍ତା ପ୍ରକଟ କରିବା ସହ ଏହାର ସମାଧାନ ଖୋଜିଥାନ୍ତି।

ତେବେ ଏଭଳି ପରିସ୍ଥିତିରେ ପ୍ରାୟ ଜଣ ଆପଣଙ୍କୁ ଆଡୁ ସିଆଡ଼ୁ କଥା କହିଥାନ୍ତି। ଅନେକ ଜଣ କେମିକାଲ ଲିକ୍ୟୁଡି ଦ୍ୱାରା ଦାନ୍ତ ସଫା କରିବା ପାଇଁ ବି ଆପଣଙ୍କୁ ମତାମତ ଦେଇଥାନ୍ତି। ହେଲେ କେମିକାଲ ଲିକ୍ୟୁଡି ଦାନ୍ତ ସଫା କରିବା ଦ୍ୱାରା ସେଥିରେ ଅନେକ ସାଇଡ ଇଫେକ୍ଟ ଦେଖାଯାଇଥାଏ। ଏଣୁ ଏହି ସବୁକୁ ଏଡ଼ାଇବା ପାଇଁ ଆପଣ କିଛି ଘରୋଇ ଉପଚାର ଆପଣେଇ ପାରିବେ। ଯେଉଁଥିରେ ବିନା ସାଇଡ ଇଫେକ୍ଟରେ ଆପଣଙ୍କ ଦାନ୍ତ ପୂର୍ବ ଭଳି ପୁଣି ଚିକଚିକ୍ କରିବ।

ଷ୍ଟ୍ରବେରି, ଲେମ୍ୱୁ ଓ କମଳା ଏକ ପ୍ରକାର ପ୍ରାକୃତିକ ଭାଇଟାମିଙ୍ଗ୍ ଏଜେଣ୍ଟ । ଆପଣଙ୍କୁ ଜଣା ଏସବୁରେ ସାଇଟ୍ରିକ ଏସିଡ୍ ରହିଛି । ତେଣୁ ଏସବୁରେ ଦାନ୍ତ ମୂଳ ସଫା କଲେ ଦାନ୍ତର ସୌନ୍ଦର୍ୟ୍ୟ ଆସିବା ସହ ଦୁର୍ଗନ୍ଧରୁ ରକ୍ଷା ମିଳିଥାଏ। ଚାହିଁଲେ ଦିନକୁ ଦୁଇଥର ଦାନ୍ତକୁ ଆପଣ ଲେମ୍ୱୁ ରସରେ ସଫା କରିପାରିବେ। ଏହା ସହ ଦାନ୍ତକୁ କମଳା ଚୋପା ସହ ସ୍କ୍ରବ ମଧ୍ୟ କରନ୍ତୁ। ଏହା ଏକ ଘରୋଇ ଉପଚାର। ସେହିପରି ଷ୍ଟ୍ରବେରି ଦ୍ୱାର ମଧ୍ୟ ଦାନ୍ତ ସଫା ହୋଇପାରିବ। କିଛି ଷ୍ଟ୍ରବେରିକୁ ନେଇ ଦାନ୍ତ ଉପରେ ଘସିଲେ ଦାନ୍ତ ଉଜ୍ଜଳ ହୋଇଥାଏ। ସେହିପରି ବେକିଙ୍ଗ ସୋଢା ଯାହାଦ୍ୱାରା ଆପଣ ଦାନ୍ତକୁ ଉଜ୍ଜଳ କରିପାରିବେ। ବେକିଙ୍ଗ ସୋଢା ଏକ ପ୍ରକାର ବ୍ଲିଚ ହୋଇଥାଏ , ଯାହା ଦାନ୍ତକୁ ସହଜରେ ସଫା କରିଥାଏ। ଦାନ୍ତକୁ ବ୍ରସ୍ ବେକିଙ୍ଗ ସୋଢା ଓ ପାଣି ସହିତ ୪ରୁ ୫ ମିନିଟ ଯାଏଁ ପ୍ରତିଦିନ ସଫା କରନ୍ତୁ। ଗରମ ପାଣିରେ ବେକିଙ୍ଗ୍ ସୋଢାକୁ ମିଶାଇ ଗାର୍ଗିଲ କରନ୍ତୁ। ମୁହଁରୁ ପାଣି ବାହାର କରିବା ପରେ ଦାନ୍ତକୁ ଅଙ୍ଗୁଳି ସହ ସ୍କ୍ରବ କରନ୍ତୁ। ଏପରି କରିବାର କିଛି ଦିନ ବ୍ୟବଧାନ ପରେ ଦେଖିବେ ଆପଣଙ୍କ ଦାନ୍ତ ସଫା ହୋଇଯିବ।

ସୂଚନା ଯୋଗ୍ୟ, ଯେଉଁମାନେ ଅଧିକ ଧୂମପାନ, ଆଲକୋହଲ କିମ୍ୱା ଦାନ୍ତକୁ ଠିକ୍ ରୂପେ ସଫା ନକରନ୍ତି ସେମାନଙ୍କ ଦାନ୍ତ ଧୀରେ ଧୀରେ ମଇଳା ହୋଇଯାଇଥାଏ। ଯଦି ଦାନ୍ତ ହଳଦିଆ ପଡୁଥାଏ ତେବେ ଚିନ୍ତା କରିବାର କିଛି କାରଣ ନାହିଁ। ମଇଳା ହୋଇଯାଇଥିବା ଦାନ୍ତକୁ ପୁଣି ଥରେ ସଫା କରିବାର ବିଭିନ୍ନ ଉପାୟ ଅଛି। ଏଣୁ ମନେ ମନେ କୌଣସି କେମିକାଲ ବ୍ୟବହାର ନ କରି ଡେଣ୍ଟାଲ କେୟାର ଯାଇ ଡାକ୍ତରଙ୍କ ସହ ପରାମର୍ଶ କରାନ୍ତୁ।

 

 

Get real time updates directly on you device, subscribe now.