fbpx

ବିଶ୍ୱର ପଞ୍ଚମ ସର୍ବାଧିକ ମୂଲ୍ୟବାନ ମାର୍କେଟ ହେଲା ଭାରତୀୟ ଶେୟାର ବଜାର: ପ୍ରଥମ ଥର BSEର ମାର୍କେଟ ଭାଲ୍ୟୁ ୪ ଟ୍ରିଲିୟନ ଡଲାର ପାର୍ କଲା

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଏକ ଅଦ୍ଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ମାର୍କେଟ ଭାଲ୍ୟୁ ୪ ଟ୍ରିଲିୟନ ଡଲାର ପାର୍ କରିଛି । ଏହାଫଳରେ ଭାରତୀୟ ଶେୟାର ବଜାର ଭାରତୀୟ ଅର୍ଥନୀତିକୁ ଟପିଯିବା ସହିତ ବିଶ୍ୱର ପଞ୍ଚମ ସର୍ବାଧିକ ମୂଲ୍ୟବାନ ମାର୍କେଟ ହୋଇ ପାରିଛି । ଚଳିତ ବର୍ଷ ବିଏସଇର ମାର୍କେଟ ଭାଲ୍ୟୁରେ ୬୦୦ ଅରବ ଡଲାରର ବୃଦ୍ଧି ଘଟିଛି ।

ଭାରତୀୟ ଶେୟାର ବଜାର କମାଲ କରିବା ସହିତ ଏକ ନୂଆ ସ୍ଥାନ ହାସଲ କରିଛି । ୨୮ ତାରିଖ ଦିନ ଷ୍ଟକ ମାର୍କେଟରେ ବିଏସଇର ମାର୍କେଟ କ୍ୟାପିଟାଲାଇଜେସନ ନିଜର ଅଲ ଟାଇମ ଉଚ୍ଚସ୍ତରରେ ପହଞ୍ଚିଥିଲା । ତାହା ଦ୍ରୁତ ଅଭିବୃଦ୍ଧି ସହିତ ୪.୧ ଟ୍ରିଲିୟନ ଡଲାର ବା ୩,୩୩,୨୬,୮୮୧.୪୯ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା । ଏହି ସଂଖ୍ୟା ଭାରତୀୟ ଜିଡିପିଠାରୁ ମଧ୍ୟ ଅଧିକ ଅଟେ । ତେବେ ଉଦ୍ୟୋଗପତି ଗୌରମ ଅଦାନୀଙ୍କ ଶେୟାର ମଧ୍ୟ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଥିଲା ।

୪ ଟ୍ରିଲିୟନ ଡଲାରରୁ ଅଧିକ ମାର୍କେଟ କ୍ୟାପ୍ ସହିତ ଭାରତୀୟ ଶେୟାର ବଜାର ବିଶ୍ୱର ପଞ୍ଚମ ସର୍ବାଧିକ ମୂଲ୍ୟବାନ ମାର୍କେଟରେ ପରିଣତ ହୋଇଛି । ଏହା ପରେ ଆମେରିକା, ଚୀନ, ଜାପାନ ଓ ହଂକଂର ଶେୟାର ବଜାର ରହିଛି । ଗତ ଦୁଇବର୍ଷ ମଧ୍ୟରେ ଭାରତୀୟ ଶେୟାର ବଜାରରେ ଦ୍ରୁତ ଅଭିବୃଦ୍ଧି ଘଟିବା ସହିତ କମ୍ ସମୟରେ ତାହା ନୂଆ ସ୍ଥାନ ହାସଲ କରିଛି । ଆମେରିକାର ମାର୍କେଟ ଭାଲ୍ୟୁ ୪୮ ଟ୍ରିଲିୟନ ଡଲାର ରହିଥିବା ବେଳେ ଚୀନର ୧୦.୬, ଜାପାନର ୫.୫, ହଂକଂର ୪.୭ ଓ ଭାରତର ୪.୧ ରହିଛି ।

Get real time updates directly on you device, subscribe now.