fbpx

Big Breaking: ଡିସଚାର୍ଜ ହେଲେ ୫ ଓଡ଼ିଆ ଶ୍ରମିକ

ନୂଆଦିଲ୍ଲୀ: ଡାକ୍ତରଖାନାରୁ ଆଜି ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର କରାଯାଇଥିବା ୫ ଓଡ଼ିଆ ଶ୍ରମିକ । ଋଷିକେଶ ଏମ୍ସ ହସ୍ପିଟାଲରୁ ଆଜି ସେମାନଙ୍କୁ ଡିସଚାର୍ଜ କରାଯାଇଛି । ଏବେ ସେମାନଙ୍କୁ ଋଷିକେଶରୁ ଡେରାଡୁନକୁ ସ୍ଥାନାନ୍ତରଣ ଅଣାଯିବ । ତେବେ ଏହା ପରେ ସେମାନଙ୍କୁ ଦିଲ୍ଲୀ ଅଣାଯାଇ ସେଠାରୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯିବ । ତେବେ ପ୍ରାୟ ୧୭ ଦିନ ସୁଡ଼ଙ୍ଗ ଭିତରେ ଫସି ରହିବା ପରେ ଗତ ମଙ୍ଗଳବାର ରାତିରେ ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରେ ରହିଥିଲେ ୫ ଓଡ଼ିଆ ଶ୍ରମିକ । ଉଦ୍ଧାର ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଋଷିକେଶ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିଲା । ତେବେ ଶେଷରେ ଆଜି ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.