fbpx

(video)କଂଗ୍ରେସର ହୋଇଗଲା Moye Moye, କେନ୍ଦ୍ରମନ୍ତ୍ରୀ ସେୟାର କଲେ ରାହୁଲ ଗାନ୍ଧୀଙ୍କ ମଜାଦାର ମିମ୍‌

ନୂଆଦିଲ୍ଲୀ: ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଚିତ୍ର ସ୍ପଷ୍ଟ ହୋଇଯାଇଛି । ଏହି ୪ ରାଜ୍ୟ ମଧ୍ୟରୁ ୩ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ବିଜେପି ବାଜିମାତ୍ ମାରିଥିବା ବେଳେ କେବଳ ତେଲେଙ୍ଗାନାରେ ହିଁ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡିଛି । ଏପରି ସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ୍ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ଏଡିଟେଡ୍ ଭିଡିଓ ସେୟାର କରିଛନ୍ତି ଯାହାକୁ ସୋସିଆଲ ମିଡିଆର ଟ୍ରେଣ୍ଡିଂ ମିମ୍ (Moye Moye) ଆଧାରରେ ପ୍ରସ୍ତୁତ କରାଯାଇଛି । ଏହି ମିମ୍‌ରେ ରାହୁଲ ଗାନ୍ଧୀ କହୁଥିବାର ଦେଖାଯାଉଛି କି, ‘ରାଜସ୍ଥାନରେ ବି ସରକାରର ପତନ ଘଟିବ, ଛତିଶଗଡରେ ବି ସମାନ ପରିସ୍ଥିତି ହେବ..’ । ଏହି ମିମ୍ସକୁ ନେଇ ପୀୟୁଷ ଗୋଏଲ୍ କ୍ୟାପସନରେ ଲେଖିଛନ୍ତି, ‘ସତ ହେଲା ରାହୁଲଜୀଙ୍କ ଭବିଷ୍ୟବାଣୀ’ ।

୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବିଜେପି ବେଶ୍ ଉତ୍ସାହିତ ହୋଇପଡିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଦଳ ବିଜୟ ଉତ୍ସବ ମନାଇବା ଆରମ୍ଭ କରିଦେଇଛି । ମଧ୍ୟପ୍ରଦେଶରେ ବିଜେପି ନେତାମାନେ ଭୋପାଳ ସ୍ଥିତ ବିଜେପି କାର୍ଯ୍ୟାଳୟରେ କର୍ମକର୍ତ୍ତାମାନେ ଢୋଲ ତୁରୀ ତାଳେ ତଳେ ନାଚିବା ସହିତ ମିଠା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଫଳାଫଳ ଏହା ସୂଚୀତ କରିଛି କି ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟିକୁ ସ୍ୱୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ସଭା ଓ ଜନତାଙ୍କ ଉଦ୍ଦେଶ୍ୟରେ ଭାଷଣ ଲୋକଙ୍କ ହୃଦୟକୁ ଛୁଇଁଯାଇଛି ଯାହାର ପରିଣାମ ଏବେ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.