fbpx

ଆମ୍ବେଦକରଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ

ନୂଆଦିଲ୍ଲୀ: ଆଜି ସମ୍ବିଧାନର ନିର୍ମାତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପୁଣ୍ୟତିଥି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ଅନ୍ୟ ବିଶିଷ୍ଟ ନେତା ଓ ବ୍ୟକ୍ତି ବିଶେଷ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି ‘ପୂଜ୍ୟ ବାବା ସାହେବ ଆମ୍ବେଦକର କେବଳ ସମ୍ବିଧାନର ଶିଳ୍ପକାର ନଥିଲେ ବରଂ ଶୋଷିତ ଏବଂ ଗରିବ ଲୋକଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ଆଜି ତାଙ୍କ ମହାପରିନିର୍ବାଣ ଦିବସ ଉପଲକ୍ଷେ ସାଦର ପ୍ରଣାମ ।’

ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଡିସେମ୍ବର ୬, ୧୯୫୬ ମସିହାରେ ହୋଇଥିଲା । ସେ କେବଳ ସମ୍ବିଧାନର ନିର୍ମାତା ନଥିଲେ ବରଂ ଜଣେ ଲୋକପ୍ରିୟ ରାଜନୀତିଜ୍ଞ ଥିଲେ । ତାଙ୍କ ଜୀବନକାଳରେ ସେ ଜାତି ଏବଂ ସାମାଜିକ ଅନ୍ୟୟକୁ ସମାଜରୁ ହଟାଇବା ପାଇଁ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.