fbpx

କୋଡ୍ ଦେଖାଇ ମନ୍ଦିରରେ କରିପାରିବେ ପ୍ରବେଶ, ବାଦ୍ ପଡ଼ିନାହାନ୍ତି ଭିଭିଆଇପି

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ୨୦୨୪ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗେୀ ଆଦିତ୍ୟନାଥଙ୍କ ସମେତ ଭିଭିଆଇପିମାନେ ଯୋଗ ଦେବେ । ସୁରକ୍ଷା ଦୃଷ୍ଟିରୁ ଏହି ସମାରୋହରେ ପ୍ରବେଶ ନିୟମକୁ କଡ଼ାକଡ଼ି କରାଯାଇଛି ।

ଆସନ୍ତା ବର୍ଷ ହେବାକୁ ଥିବା ଏହି ଉତ୍ସବରେ ଦେଶ ବିଦେଶରୁ ଅନେକ ବିଶିଷ୍ଟ ବ୍ୟକ୍ତି ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ତେବେ କେବଳ ନିମନ୍ତ୍ରଣ ପତ୍ର ମାଧ୍ୟମରେ ରାମ ମନ୍ଦିରରେ ପ୍ରବେଶ କରିବା ସମ୍ଭବ ନୁହେଁ । ଶ୍ରୀ ରାମ ଭୂମି ତୀର୍ଥ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କ ଅନୁଯାୟୀ ଯେଉଁ ଅତିଥିମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି ସେମାନଙ୍କୁ ଏକ ଲିଙ୍କ ପଠାଯିବ । ଏହତ ଲିଙ୍କରେ କ୍ଲିକ୍ କରିଲା ପରେ ପଞ୍ଜିକୃତ କରିପାରିବେ । ଏହା ପରେ ଏକ କୋଡ ଆସିବ ଯାହାକୁ ଦେଖାଇ ରାମ ମନ୍ଦିରରେ ପ୍ରବେଶ କରିପାରିବେ । କହିରଖୁଛୁ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ୪ ହଜାର ସାଧୁସନ୍ଥଙ୍କ ସହ ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଆରଏସ୍‌ଏସ୍ ପ୍ରମୁଖ ମୋହନ ଭାଗୱତ, ଫିଲ୍ମ ଅଭିନେତା ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲୀ ପ୍ରମୁଖ ସାମିଲ ଅଛନ୍ତି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ ପ୍ରାୟ ୭ ହଜାର ଅତିଥିମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଏହା ସହ ୨୫ ହଜାର ଅତିଥିମାନଙ୍କ ପାଇଁ ରହଣି ବ୍ୟବସ୍ଥା ମଧ୍ୟ ରହିଛି ।

Get real time updates directly on you device, subscribe now.