fbpx

 ଏଆଇ ଜରିଆରେ ମହିଳାଙ୍କ ଫଟୋକୁ କରାଯାଉଛି ନିଃବସ୍ତ୍ର, ସାମ୍ନାକୁ ଆସିଲାଣି ଭୟଙ୍କର ଚିତ୍ର

ନୂଆଦିଲ୍ଲୀ:ବିିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଆମେ ବହୁ ପ୍ରଗତି ହାସଲ କରିପାରିଛୁ । କିନ୍ତୁ ବହୁ ସମୟରେ ମନ୍ଦ ବୁଦ୍ଧି ସଂପନ୍ନ ବ୍ୟକ୍ତିମାନେ ଏହାକୁ ଭୁଲ୍ ଦିଗରେ ପ୍ରୟୋଗ କରି ସମାଜର କ୍ଷତି ସାଧନ କରିଛନ୍ତି । ଏଇ ଯେପରି ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ଉପଯୋଗ ଭୁଲ୍ ଦିଗରେ କରାଯିବା ଆରମ୍ଭ ହୋଇଗଲାଣି । ଏଆଇ ଜରିଆରେ ମହିଳାଙ୍କ ନଗ୍ନ ଫଟୋ କ୍ରିଏଟ୍ କରୁଥିବା ଆପ୍ସ ଓ ୱେବସାଇଟର ଲୋକପ୍ରିୟତା ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ମିଳିଥିବା ଏକ ତଥ୍ୟ ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ୨.୪ କୋଟି ୟୁଜର ଏହି ପ୍ରକାର ୱେବସାଇଟ୍ ସନ୍ଧାନ କରିଛନ୍ତି । ଏଥିମଧ୍ୟରୁ ଅଧିକାଂଶ ନ୍ୟୁଡିଫାଇ କାମର ମାର୍କେର୍ଟିଂ ଲାଗି ଲୋକପ୍ରିୟ ସୋସିଆଲ ନେଟୱାର୍କସ୍‌ର ଉପଯୋଗ କରାଯାଉଛି । ଚଳିତ ବର୍ଷର ଆରମ୍ଭରୁ ଏ ପର୍ଯ୍ୟନ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ପ୍ରକାର ଲିଙ୍କସ୍‌ର ଆଡ୍‌ରେ ୨୪୦୦% ବୃଦ୍ଧି ପରିଲକ୍ଷିତ ହୋଇଛି ।

ଏହାର ପ୍ରଚାର ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍ ଓ ଏକ୍ସରେ ବି କରାଯାଉଛି । ଏହି ସମସ୍ତ ଆପ୍ ଫଟୋକୁ ରିକ୍ରିଏଟ୍ କରିବା ଲାଗି ଏଆଇର ଉପଯୋଗ କରୁଛନ୍ତି ଯେଉଁଥିରେ କୌଣସି ବ୍ୟକ୍ତି ଶରୀରରୁ ବସ୍ତ୍ରକୁ ଖୋଲିଦିଆଯାଇପାରୁଛି । ଏମାନଙ୍କ ମଧ୍ୟରୁ ବହୁ ଆପ୍ କେବଳ ମହିଳାଙ୍କ ଫଟୋ ଉପରେ ହିଁ କାମ କରୁଛନ୍ତି । ଏହି ଆପ୍ କାରଣରୁ କାହାର ବି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ତାହାକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇପାରିବ । ଆପ୍ସ ଏଆଇ ସାହାଯ୍ୟରେ କାହାର ବି ଆପତ୍ତିଜନକ ଫଟୋ ତିଆରି କରିବାର କ୍ଷମତା ରଖୁଛି ।

Get real time updates directly on you device, subscribe now.