fbpx

ମୃତ୍ୟୁ ସହ ଲଢୁଛନ୍ତି ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର, ଡାକ୍ତର ବି ଟେକି ଦେଇଛନ୍ତି ହାତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍‌ର ସାଢେ ଛଅ ଫୁଟ ଲମ୍ବୁ ଅଲରାଉଣ୍ଡର କାମେରୁନ୍ ଗ୍ରୀନ୍ ଏବେ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ଲଢୁଛନ୍ତି । କାମେରୁନ୍ ଜୀବନରେ ବହୁ ଘାତ ପ୍ରତିଘାତର ସାମ୍ନା କରି ଜାତୀୟ ଟିମ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିପାରିଥିଲେ । ଜନ୍ମ ପରେ ପରେ ସେ ଏପରି ରୋଗରେ ପୀଡିତ ହୋଇପଡିଥିଲେ ଡାକ୍ତର ମାତ୍ର ୧୨ ବର୍ଷ ବଞ୍ଚିବା ନେଇ ଆଶା ରଖିଥିଲେ । କିନ୍ତୁ କାମେରୁନ୍ ନିଜ ପରିବାରର ସହଯୋଗ ଓ ନିଜ ଇଚ୍ଛାଶକ୍ତି ବଳରେ ସମସ୍ତଙ୍କୁ ମିଥ୍ୟା ପ୍ରମାଣିତ କରି ଦେଇଥିଲେ ।

ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରୁନ୍ ଗ୍ରୀନ୍ କହିଛନ୍ତି ଯେତେବେଳେ ସେ ଜନ୍ମ ହୋଇଥିଲେ ସେତେବେଳେ ସେ ଇରରିଭର୍ସିବଲ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ । ଏହି ସମୟରେ ଡାକ୍ତର କହିଥିଲେ ସେ ମାତ୍ର ୧୨ ବର୍ଷ ବଞ୍ଚିବେ । ସେ କହିଛନ୍ତି ଏହି ରୋଗର କୌଣସି ଲକ୍ଷଣ ଦେଖାଯାଇ ନ ଥାଏ ଓ ଏଥିରେ କିଡନୀକୁ ଠିକ୍ ବି କରାଯାଇ ପାରି ନ ଥାଏ । ଏହାପରେ ତାଙ୍କ ରୋଗ ବଢିବାରେ ଲାଗିଥିଲା । ଏହା ସହିତ ତାଙ୍କ କିଡନୀ ଅନ୍ୟମାନଙ୍କ କିଡନୀ ପରି ରକ୍ତ ବି ପରିଷ୍କାର କରି ନ ଥିଲା ।

ଏହି ୨୪ ବର୍ଷୀୟ ଖେଳାଳୀ ଅଷ୍ଟ୍ରେଲୀୟ କ୍ରିକେଟ୍ ଟିମ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । ସେ କହିଛନ୍ତି ତାଙ୍କ କିଡନୀ ଏବେ ୬୦% କାର୍ଯ୍ୟ କରୁଛି ଯାହା ଦ୍ୱିତୀୟ ପର୍ଯ୍ୟାୟରେ ଅଛି । ୫ମ ପର୍ଯ୍ୟାୟରେ ଡାୟଲିସିସ୍ ଓ ପ୍ରତ୍ୟାରୋପଣର ଆବଶ୍ୟକତା ପଡିଥାଏ । ସେ କହିଛନ୍ତି ତାଙ୍କ କିଡନୀ ଭଲ ହୋଇପାରିବ ନାହିଁ । କେବଳ ରୋଗ ବୃଦ୍ଧିର ଗତିକୁ ଧିମା କରାଯାଇପାରିବ ।

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ତଥା ଅଲରାଉଣ୍ଡର କାମେରୁନ୍ ୨୦୨୦ରେ ଅଷ୍ଟ୍ରେଲିଆ ଟିମ୍‌ରେ ସାମିଲ ହୋଇଥିଲେ । ସେବେଠାରୁ ସେ ୨୪ ଟେଷ୍ଟ, ୨୩ ୱାନ ଡେ’, ୮ ଟି ୨୦ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି । ଏହି ରୋଗ କାରଣରୁ ତାଙ୍କ କ୍ରିକେଟ୍ କ୍ୟାରିୟର ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଏହି ରୋଗ କାରଣରୁ ମୋତେ ପ୍ରୋଟିନ୍ ଓ ଲୁଣ କମ୍ ଖାଇବାକୁ ପଡିଥାଏ । କିନ୍ତୁ ପ୍ରୋଟିନ ଜଣେ କ୍ରିକେଟର ଲାଗି ନିହାତି ଆବଶ୍ୟକ ହୋଇଥାଏ । ତେଣୁ ମୁଁ ପଡିଆରେ ପ୍ରୋଟିନ୍ ସାମାନ୍ୟ ଅଧିକ ନେଇଥାଏ । ଫଳରେ ଏହା ମୋ ସମସ୍ୟାକୁ ଅଧିକ ବଢାଇ ଦେଇଛି ।

Get real time updates directly on you device, subscribe now.