fbpx

ଚାରି ହଜାର ଟପିଲା ଦେଶରେ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୨୫/୫: ଦେଶରେ କରୋନା ମୃତ୍ୟୁସଂଖ୍ୟା  ଏବେ ୪୦୨୧ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮,୮୪୫ ଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୩ ରହିଛି।  ସୁସ୍ଥ ହୋଇଛନ୍ତି ୫୭,୭୨୦ ଜଣ । ଗତ ୨୪ ଘଣ୍ଟାରେ ୧୫୪ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ  ୬,୯୭୭ ନୂଆ ମାମଲା ଆସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିିଳିଛି।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୧୬୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜୁରାଟରେ ୮୫୮, ମଧ୍ୟପ୍ରଦେଶ ୨୯୦, ପଶ୍ଚିମବଙ୍ଗ ୨୭୧ ଜଣଙ୍କର ମୃତ୍ୟୁ ହୋଇଛି।

 

Get real time updates directly on you device, subscribe now.