fbpx

ରାଜ୍ୟରେ ଆଉ ୧୦୩ କରୋନା ପଜିଟିଭ୍

ଭୁବନେଶ୍ୱର,୨୫ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଜି ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି । ଏବେ ୮୮୧ ଜଣ ଚିକିିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୫୫୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏହା ସହ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ଚିହ୍ନଟ ୧୦୩ ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମ-୪, ବାଲେଶ୍ୱର-୫, ଭଦ୍ରକ-୮, ଖୋର୍ଦ୍ଧା-୫, କେନ୍ଦ୍ରାପଡା-୧୫, ଜଗତସିଂହପୁର-୧୦, ଦେବଗଡ-୨୨, ବଲାଙ୍ଗିର-୮, ମାଲକାନଗିରି-୯, ଗଜପତି-୬, କୋରାପୁଟ-୬ ଓ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କନ୍ଧମାଳ, ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.