ପ୍ରୟାଗରାଜ: ଶ୍ରୀକୃଷ୍ଣ ଜନ୍ମଭୂମି-ଇଦଗାହ ବିବାଦ ଶୁଣାଣୀ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଆଜି ‘ଭଗବାନ କେଶବ’ ଙ୍କ ନାମରେ ଏଣ୍ଟ୍ରୀ ପାସ୍ ଜାରି କରିଛନ୍ତି । କୋର୍ଟ ନିଜେ ଏହି ମାମଲାରେ ବାଦୀ ଭାବରେ ଏହି ପାସ୍ ଜାରି କରିଛନ୍ତି । ଏହି ପାସ୍ରେ ‘ଠାକୁର କେଶବ ଜୀ ମହାରାଜ’ ନାମ ସହିତ ମୋବାଇଲ୍ ନମ୍ବର, କେସ୍ ନଂ, ଠିକଣା ଆଦି ଲେଖାଯାଇଛି । ସେହିପରି ବୟସ ସ୍ଥାନରେ ‘ଶୂନ’ ଲେଖାଯାଇଛି । ପାସ୍ରେ ଆଧାର ନଂର ବି ସୂଚନା ରହିଛି ।
ଗତ କିଛି ଦିନ ତଳେ ହାଇକୋର୍ଟରେ ଶ୍ରୀକୃଷ୍ଣ ଜନ୍ମଭୂମି ଓ ଇଦଗାହ ମସଜିଦ୍ ବିବାଦ ସହ ଜଡିତ ଯାଚିକା ବିଷୟରେ ଶୁଣାଣୀ ହୋଇଥିଲା ଯେଉଁଥିରେ ହିନ୍ଦୁ ପକ୍ଷକାର ଭଗବାନ ଶ୍ରୀକୃଷ୍ଣଙ୍କୁ ଧରି ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲେ । ସେ ଭଗବାନଙ୍କ ଲାଗି ଏଣ୍ଟ୍ରୀ ପାସ୍ ତିଆରି କରିଥିଲେ ।
ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ଇଦଗାହ ମାମଲାରେ ଶୁଣାଣୀ ପାଇଁ ଏହି କେସ୍ରେ ଭଗବାନ କେଶବ ଜୀ ମହାରାଜଙ୍କୁ ବାଦୀ ନଂ ୬ କରାଯାଇଛି ଟିଏ କି ନିଜେ ମଥୁରାରୁ ଚାଲି ଚାଲି ଆସି ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଛନ୍ତି । ତେବେ ଏହା ହେଉଛି ପ୍ରଥମ ମାମଲା ଯେଉଁଠି ଭଗବାନଙ୍କ ଲାଗି ଏଣ୍ଟ୍ରୀ ପାସ୍ ଜାରି କରାଯାଇଛି ।
ଏଠାରେ ସୂଚାଇ ଦିଆଯାଇପାରେ କି ଗତ ଡିସେମ୍ବର ୧୪ ତାରିଖରେ ଆହ୍ଲାବାଦ ହାଇକୋର୍ଟ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ଲାଗି ରହିଥିବା ଶାହୀ ଇଦଗାହ ପରିସରକୁ କମିଶନରଙ୍କ ସର୍ଭେ ପାଇଁ ମଞ୍ଜୁରୀ ଦେଇଥିଲେ । କୋର୍ଟ ଶାହୀ ଇଦଗାହ ମସଜିଦ୍ ପରିସରରେ ସର୍ଭେ ପାଇଁ ଜଣେ ଆଡଭୋକେଟ୍ କମିଶନରଙ୍କ ନିଯୁକ୍ତି ପାଇଁ କରାଯାଇଥିବା ଦାବୀକୁ ସ୍ୱୀକାର କରି ନେଇଥିଲେ । ଏହି ମାମଲା ସୁପ୍ରିମକୋର୍ଟରେ ବି ପହଞ୍ଚିଥିଲା କିନ୍ତୁ ମୁସଲିମ୍ ପକ୍ଷର ଯାଚିକାକୁ କୋର୍ଟ ଖାରଜ କରିଦେଇଥିଲେ ।