Breaking…ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼

ଭଦ୍ରକ: (ଓଡ଼ିଶା ଭାସ୍କର) ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଛୁରାମାଡ଼ । ଅବସରପ୍ରାପ୍ତ CDMO ଡାକ୍ତର ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ କରାଯାଇଛି । ଭଦ୍ରକ ସହରରେ ଥିବା ଘରେ ପଶି ଦୁର୍ବୃତ୍ତଙ୍କ ଛୁରାମାଡ଼। ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଚୋରି ଉଦ୍ଦେଶ୍ୟରେ ଆସି ଛୁରା ମାଡ କରିଥିବା ସୂଚନା ମିଳିଛି। ରଘୁନାଥଙ୍କ ଦେହରେ ୭ରୁ ଅଧିକ ସ୍ଥାନରେ ଦୁର୍ବୃତ୍ତ ଛୁରାମାଡ଼ କରିଥିବା ଜଣାଯାଇଛି। ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ପୋଲିସ୍ ।

Get real time updates directly on you device, subscribe now.