fbpx

ଦୁନିଆର ସବୁଠୁ ଦାମୀ-ନରମ ଶେଜ ହେଉଛି ବାପାଙ୍କ କାନ୍ଧ

ଭୁବନେଶ୍ୱର: ବାପା କେବଳ ଗୋଟିଏ ଶବ୍ଦ ନୁହେଁ ବରଂ ହିମାଳୟ ଭଳି ଏକ ବିଶାଳ ହୃଦୟ ଥିବା ଏକ ରକ୍ତ ମାଂସର ଦେବତା। ଏଜଗତ ସାକ୍ଷୀ, ମାଆ ସ୍ନେହ ମମତାର ନିର୍ଝର ହେଲେ ବାପା ଅନୁଶାସନ ଓ କର୍ତ୍ତବ୍ୟର ସାକ୍ଷାତ ପ୍ରତୀକ। ବାପା ଏପରି ବରଗଛ ଟିଏ, ତାଙ୍କ ଛାୟାରେ ପରିବାରର ସବୁ ସଦସ୍ୟ ସୁରକ୍ଷିତ ରହିଥାନ୍ତି। ପରିବାର ଭିତରେ ମାଆ ଓ ବାପା ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି ଜଣଙ୍କର ଅବର୍ତ୍ତମାନରେ ଆଉ ଜଣେ ସ୍ଵତଃ ଝାଉଁଳି ଯାଏ। ଇଏତ ଥିଲା ବାପାଙ୍କ ପାଇଁ ଅଳ୍ପ ବହୁତ ପଦେ। ତେବେ ବାପାଙ୍କ ବିଷୟରେ ଯେତେ କହିଲେ ବି କମ୍ ହେବ। ତେବେ ଏପରି ଏକ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଘୁରିବୁଲୁଛି ଯାହା ଆପଣ ଦେଖିଲେ ସ୍ୱତଃ ବାପାଙ୍କ ପ୍ରଟି ସମର୍ପିତ ହୋଇଯିବେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଘୁରିବୁଲୁଥିବା ଫଟୋଟି 22 ଡିସେମ୍ବରରେ ପୋଷ୍ଟ ହୋଇଛି। ଫଟୋଟି ଆମ ଓଡ଼ିଶାର ଏକ ବସରେ ଯାତ୍ରା ବେଳର ହୋଇଥିବା ଅନୁମାନ କରାଯାଉଛି। ଏ ଫଟୋଚିତ୍ରରେ 3-4 ବର୍ଷର କୁନି ଝିଅଟେ ତାର ବାପା କାନ୍ଧରେ ଶୋଇଯାଇଛି। ଆଉ କେହି ବ୍ୟକ୍ତି ତାଙ୍କର ଫଟୋ ଉଠାଇ ଦେଇଛି। ସୂଚନା ଥାଉ କି ଏହି ଫଟୋ @preeti_jenny_ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଏପର୍ଯ୍ୟନ୍ତ ଫଟୋକୁ 5000ରୁ ଅଧିକ ଲୋକ ଦେଖି ସାରିଥିବା ବେଳେ 287 ଜଣ ଲାଇକ କରିଛନ୍ତି। ଅନେକ ଟ୍ୱିଟର ବ୍ୟବହାରକାରୀ ଏହି ପୋଷ୍ଟ ଦେଖି ଭାବବିହ୍ୱଳ ହୋଇପଡ଼ୁଛନ୍ତି। ତେବେ ସବୁଠୁ ବେଶି ଅକର୍ଷଣ ହେଉଛି ଏହି ପୋଷ୍ଟର କ୍ୟାପସନ୍, ‘ବାପା ଙ୍କ କାନ୍ଧ >>> ଦାମୀ ନରମ ଶେଜ’।

Get real time updates directly on you device, subscribe now.