ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ପସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛନ୍ତି Rat Hole Minors । ଏଭଳି ସାହସିକତାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସେମାନଙ୍କୁ ୫୦ ହଜାର ଟଙ୍କାର ଚେକ୍ ପୁରସ୍କାର ପ୍ରଦାନ କରିଥିଲେ । ତେବେ Rat Hole Minors ବର୍ତ୍ତମାନ ଏହି ଟଙ୍କା ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଇ ଦେଇଥିବା ଜାଣିବାକୁ ମିଳିଛି । ଟିମର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହାସହିତ ଟଙ୍କା ଫେରାଇ ଦେବାର ପ୍ରକୃତ କାରଣ ମଧ୍ୟ କହିଛନ୍ତି Rat Hole Minors ।
ତେବେ ଟଙ୍କା ଫେରାଇ ଦେବାର କାରଣ ଉପରେ ମାଇନର୍ସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ବେଶ୍ ପ୍ରଶଂସନୀୟ । ତେବେ ୪୧ ଜଣ ଶ୍ରମିକଙ୍କ ଜୀବନ ବଞ୍ଚାଇବା ପାଇଁ ହୋଇଥିବା ପରିଶ୍ରମ ଅନୁସାରେ ଏହି ରାଶି ଯଥେଷ୍ଟ ନୁହେଁ । ଏହି ପୁରସ୍କାର ରାଶିରେ ମାଇନର୍ସମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ମାଇନର୍ସ ମାନଙ୍କର ଅଭିବକ୍ତା ହସନ୍ ଏହି ନିରାଶଜନକ ସ୍ଥିତି ବୟାନ କରିଛନ୍ତି । ସେ କହିଛନ୍ତି ଯେ, ଯେବେ ମେସିନ୍ ଟନେଲରେ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଥିଲା, ଆମେମାନେ ନିଜ ଜୀବନକୁ ବାଜି ଲଗାଇ ଟନେଲ ଭିତରେ ମାନୁଆଲ ଡିଲିଙ୍ଗ କରିଥିଲୁ । ଯାହା ଫଳରେ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହୋଇ ପାରିଛନ୍ତି ।
କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପୁରସ୍କାର ରାଶି ବାବଦରେ ର୍ୟାଟ ହୋଲ ମାଇନର୍ସର ୧୨ ଜଣ ସଦସ୍ୟଙ୍କୁ ମିଳିଥିବା ୫୦ ହଜାର ଟଙ୍କାର ଚେକ୍ ଫେରାଇ ଦେବା ପାଇଁ ମନା କରି ଦେଇଛନ୍ତି । ତେବେ ଚେକ୍ ମିଳିବା ଦିନ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ରାଶି ନେଇ ଅସନ୍ତୋଷ ଜାହିର କରିଥିବା କହିଛନ୍ତି ମାଇନର୍ସ । ତେବେ ଉପସ୍ଥିତ ଅଧିକାରୀମାନେ ୨ ଦିନ ଭିତରେ ଘୋଷଣା କରିବା ପାଇଁ ଆଶ୍ୱସନା ଦେଇଥିଲେ । କିନ୍ତୁ ଏତେ ଦିନ ପରେ ମଧ୍ୟ କୌଣସି ଘୋଷଣା କରି ନାହାନ୍ତି ରାଜ୍ୟ ସରକାର । ତେବେ ଆମକୁ ହୋଇଥିବା ପ୍ରତିଜ୍ଞା ଯଦି ପୂରଣ କରାଯାଇ ନାହିଁ, ଆମେ ଏହି ଚେକ୍ ଫେରାଇ ଦେବୁ ।
ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଜୀବନ ବଞ୍ଚାଇବା ପାଇଁ ଆମେ ଆମ ବନ୍ଧୁ ପରିଜନଙ୍କ କଥା ମଧ୍ୟ ଶୁଣି ନଥିଲୁ । କାରଣ ଆମ ପାଇଁ ଶ୍ରମିକମାନଙ୍କର ଜୀବନ ବଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ଆମେ ଉଠାଇଥିବା ରିସ୍କ ଆଗରେ ଏହି ଚେକ୍ ଖୁବ ମାମୁଲି ବୋଲି କହିଛନ୍ତି ମାଇନର୍ସ । ଆମ ସରକାରଙ୍କ ମନୋବଳ ହ୍ରାସ ପାଇଛି। ଆମେ ସ୍ଥାୟୀ ଚାକିରି କିମ୍ବା ସରକାରଙ୍କ ପାଖରେ ରହିବାକୁ ଘର ପାଇବାକୁ ଚାହୁଁଛୁ।