fbpx

୨୫ ଡିସେମ୍ବରରେ କାହିଁକି ପାଳନ କରାଯାଏ ଖ୍ରୀଷ୍ଟମାସ ? ଜାଣନ୍ତୁ ଏହି ପର୍ବ ସହିତ ଜଡିତ ଖାସ କଥା

ଖ୍ରୀଷ୍ଟମାସ ପର୍ବ ସମଗ୍ର ବିଶ୍ୱରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ । ଖ୍ରୀଷ୍ଟିଆନ ପାଇଁ ଏହି ପର୍ବର ମହତ୍ୱ ରହିଛି । ଖ୍ରୀଷ୍ଟମାସ ହେଉଛି ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ, ଯାହା ପ୍ରତିବର୍ଷ ୨୫ ଡିସେମ୍ବରରେ ଏକ୍ସମାସ ଦିବସ ଭାବରେ ପାଳନ କରାଯାଏ । ଖ୍ରୀଷ୍ଟମାସକୁ ଫ୍ରାନ୍ସ ରେ ଗୋଟିଏ ଦିନ ପୂର୍ବରୁ ଯଥା ଡିସେମ୍ବର ୨୪ ରେ ଏହା ପାଳନ କରାଯାଇଥାଏ । ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଏହି ଦିନକୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଭାବରେ ପାଳନ କରନ୍ତି । ଭାରତରେ ମଧ୍ୟ ଖ୍ରୀଷ୍ଟିଆନ ଧର୍ମ ସହିତ ଅନ୍ୟ ସମସ୍ତ ଧର୍ମର ଲୋକମାନେ ଖ୍ରୀଷ୍ଟମାସ ପର୍ବକୁ ଅତି ଉତ୍ସାହର ସହିତ ପାଳନ କରନ୍ତି । ଖ୍ରୀଷ୍ଟମାସର ଇତିହାସ ଏବଂ ଏହାର ଗୁରୁତ୍ୱ ବିଷୟରେ ଜାଣନ୍ତୁ ..

ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଡିସେମ୍ବର ୨୪ ମଧ୍ୟରାତ୍ରରୁ ରୁ ଖ୍ରୀଷ୍ଟମାସ ପର୍ବ ପାଳନ କରନ୍ତି । ୨୪ ଡିସେମ୍ବର ମଧ୍ୟରାତ୍ରିରେ ଲୋକମାନେ ଚର୍ଚ୍ଚକୁ ଯାଆନ୍ତି ଏବଂ ଏଠାରେ ସମୂହ ପ୍ରାର୍ଥନା କରାଯାଇଥାଏ । ଏହାପରେ ପ୍ରଭୁ ଯୀଶୁଙ୍କୁ ସ୍ମରଣ କରି ଧ୍ୟାନ କରନ୍ତି । ପ୍ରାର୍ଥନା ପରେ ପରସ୍ପରକୁ ଅଭିନନ୍ଦନ ଜଣାଇ ଉପହାର ବାଣ୍ଟି ଥାନ୍ତି ।

ସମୟଥିଲା ଖ୍ରୀଷ୍ଟମାସ ପର୍ବ କେବଳ ପାଶ୍ଚାତ୍ୟ ଦେଶ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ପାଳନ କରାଯାଉଥିଲା । କିନ୍ତୁ ଆଜି ଏହା ସମଗ୍ର ବିଶ୍ୱରେ ପାଳନ କରାଯାଉଥିବା ଏକ ପର୍ବରେ ପରିଣତ ହୋଇଛି । ଖ୍ରୀଷ୍ଟମାସ ପର୍ବ ବିଷୟରେ ବିଶ୍ୱାସ ରହିଛି ଯେ ଈଶ୍ୱର ତାଙ୍କ ପ୍ରିୟ ପୁତ୍ରଙ୍କୁ ସଂସାରକୁ ପଠାଇଥାନ୍ତି ଲୋକମାନଙ୍କୁ ପାପରୁ ମୁକ୍ତ କରିବା ପାଇଁ ଏବଂ ସେମାନଙ୍କ ନିକଟରେ ଈଶ୍ୱରଙ୍କ ବାର୍ତା ପହଂଚାଇବା ପାଇଁ ।

ଖ୍ରୀଷ୍ଟମାସ ର ଇତିହାସ

ଖ୍ରୀଷ୍ଟମାସର ଇତିହାସ କିଛି ବର୍ଷ ପୁରୁଣା ନୁହେଁ କିନ୍ତୁ ଅନେକ ଶତାବ୍ଦୀ ପୁରୁଣା । କୁହାଯାଏ ରୋମରେ ଖ୍ରୀଷ୍ଟମାସ ପ୍ରଥମେ ପାଳନ କରାଯାଇଥିଲା । କିନ୍ତୁ ଡିସେମ୍ବର ୨୫ ଦିନ ଖ୍ରୀଷ୍ଟମାସ ପୂର୍ବରୁ ରୋମରେ ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନ ଭାବରେ ପାଳନ କରାଯାଉଥିଲା । ସେତେବେଳେ ରୋମର ସମ୍ରାଟମାନେ ସୂର୍ଯ୍ୟଦେବଙ୍କୁ ସେମାନଙ୍କର ମୁଖ୍ୟ ଦେବତା ଭାବରେ ବିବେଚନା କରୁଥିଲେ ତେଣୁ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଉଥିଲା ।

କିନ୍ତୁ ଖ୍ରୀଷ୍ଟପୂର୍ବ ୩୩୦ସୁଦ୍ଧା ରୋମରେ ଖ୍ରୀଷ୍ଟିଆନ ଧର୍ମର ପ୍ରସାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା । ଏହା ଫଳରେ ରୋମ ରେ ଖ୍ରୀଷ୍ଟଧର୍ମର ଅଧିକ ସଂଖ୍ୟକ ଅନୁଗାମୀ ହେଲେ । ଏହା ପରେ, ୩୩୬ ଖ୍ରୀଷ୍ଟାବ୍ଦରେ, ଖ୍ରୀଷ୍ଟିଆନ ଧର୍ମର ଅନୁଗାମୀମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସୂର୍ଯ୍ୟ ଭଗବାନଙ୍କ ଅବତାର ଭାବରେ ଗ୍ରହଣ କଲେ ଏବଂ ସେହି ଦିନଠାରୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଭାବରେ ୨୫ ଡିସେମ୍ବରକୁ ପାଳନ ଆରମ୍ଭ କରାଗଲା ।

ଖ୍ରୀଷ୍ଟ ସମ୍ପ୍ରଦାୟମାନେ ଏହି ଦିନକୁ ଅସତ୍ୟ ଉପରେ ସତ୍ୟର ବିଜୟ ବୋଲି ପାଳନ କରନ୍ତି । ଖ୍ରୀଷ୍ଟମାସ ପର୍ବ ଡିସେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏ ପାଳନ କରାଯାଏ ଏବଂ ଏହା ପରଦିନ ନୂଆ ବର୍ଷ ପାଳନ କରାଯାଇଥାଏ ।

Get real time updates directly on you device, subscribe now.