fbpx

ଶରଣାର୍ଥୀଙ୍କ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ: ୬୮ ଜଣଙ୍କ ଜୀବନ ନେଲା ଇସ୍ରାଏଲ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଗମ୍ଭୀର ପରିସ୍ଥିତିରେ ପହଞ୍ଚିଛି । ଗାଜାରେ ରହିଥିବା ସମସ୍ତ ଶରଣାର୍ଥୀଙ୍କ ଉପରେ ହଠାତ୍ ଆକ୍ରମଣ କରିଛି ଇସ୍ରାଏଲ । ତେବେ ଗାଜାର ଶରଣାର୍ଥୀ ବେସ୍ କ୍ୟାମ୍ପରେ ଇସ୍ରାଏଲ ଅଚାନକ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଦେଶର ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମଧ୍ୟରେ ୧୨ ଜଣ ମହିଳା ଥିବା ବେଳେ ୭ ଜଣ ଶିଶୁ ଥିବା ମଧ୍ୟ ଜଣାଯାଛି । ସେପଟେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକ ପ୍ରାଣ ହରାଇ ସାରିଛନ୍ତି । ସେହିପରି ଅଢେଇ ଲକ୍ଷରୁ ଅଧକ ନାଗରିକ ବାସଗୃହ ଛାଡ଼ି ବିସ୍ଥାପିତ ହେବାକୁ ବାଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.