fbpx

କେଉଁଠି ଅଛି ସାଣ୍ଟାଙ୍କ କବର ?

ଓଡ଼ିଶା ଭାସ୍କର: ଆଜି ସାରା ବିଶ୍ୱ ଧୁମଧାମରେ ପାଳନ କରୁଛି କ୍ରିସମାସ୍ ପର୍ବ । ଏହି ଦିନ ସାଣ୍ଟାକ୍ଲଜ୍ ରାତିରେ ଆସି ସମସ୍ତଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । କ୍ରିସମାସ୍ ଏବଂ ସାଣ୍ଟାକ୍ଲଜ୍ ବିଷୟରେ ଅନେକ ଲୋକକଥା ପ୍ରଚଳିତ । କିନ୍ତୁ ଆପଣ ଜାଣନ୍ତି କି ପ୍ରକୃତରେ ସାନ୍ତାକ୍ଲଜ୍ କିଏ ? ତାଙ୍କର କବର କେଉଁଠାରେ ରହିଛି ?

ବାସ୍ତବରେ ସାନ୍ତାକ୍ଲଜ୍ କୌଣସି କାଳ୍ପନିକ ଦୁନିଆର ଚରିତ୍ର ବା ଜାଦୁଗର ନୁହନ୍ତି ବରଂ ୟୁରୋପର ପ୍ରସିଦ୍ଧ ସନ୍ଥ ନିକୋଲାସ (Saint Nicholas) । ସେ ତୁର୍କମେନିସ୍ତାନର ମାୟରା ସହରରେ ୨୮୦ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ । ଭଗବାନ ଯୀଶୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମ ହୋଇଥିଲା ବୋଲି ଲୋକମାନେ ବିଶ୍ୱାସ କରନ୍ତି । ପିଲାଟି ଦିନରୁ ସନ୍ଥ ନିକୋଲାସଙ୍କୁ ଛୋଟ ପିଲାମାନେ ବହୁତ ପସନ୍ଦ ଥିଲେ । ତେଣୁ ସେ ବହୁତ କମ୍ ବୟସରୁ ପାଦରୀ (ପୁରୋହିତ) ହୋଇଯାଇଥିଲେ । ସେ ପିଲାମାଙ୍କୁ ଲୁଚିଲୁଚି ଉପହାର ଦେଉଥିବାରୁ ତାଙ୍କୁ ସାଣ୍ଟାକ୍ଲଜ୍ କୁହାଗଲା । କହିରଖୁଛୁ ସାଣ୍ଟାକ୍ଲଜ୍ ବିନା କ୍ରିସମାସ ପର୍ବ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ ।
ଡିସେମ୍ବର ୬, ୩୪୩ ଖ୍ରୀଷ୍ଟାବ୍ଦରେ ମାୟରା ସହରରେ ସନ୍ଥ ନିକୋଲାସଙ୍କ ମୃତ୍ୟୁ ହୋଇଥିଲା । ଆୟରଲ୍ୟାଣ୍ଡରେ ରହିଛି ତାଙ୍କ କବର । ତେବେ ତାଙ୍କ କବରକୁ ନେଇ ମଧ୍ୟ ବିଭିନ୍ନ ଲୋକକଥା ପ୍ରଚଳିତ । କିଛି ଲୋକମାନେ କୁହନ୍ତି ତୁର୍କୀର ଅନ୍ତାଳୟରେ ସନ୍ଥ ନିକୋଲାସଙ୍କ ଚର୍ଚ୍ଚ ଭିତରେ ତାଙ୍କର କବର ରହିଛି । ଅପରପକ୍ଷରେ ଆୟରଲ୍ୟାଣ୍ଡର ଇତିହାସବିଦଙ୍କ ମତରେ ସନ୍ଥ ନିକୋଲାସଙ୍କ କବର ତୁର୍କୀରୁ ଅଣାଯାଇ ଇଟାଲୀରେ ପୋତା ଯାଇଛି ।

 

Get real time updates directly on you device, subscribe now.