fbpx

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ; ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଟାଲିୟନ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ । ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ବାଟାଲିୟନରେ ରହିବେ ୧୧୯୦ ଜଣ ସୁରକ୍ଷାକର୍ମୀ । ଶ୍ରୀମନ୍ଦିରର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ କରିବ ସ୍ବତନ୍ତ୍ର ବାଟାଲିୟନ । ଆଜି ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ଭିଡ଼ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା । ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁ ଲାଇନରେ ଠିଆ ହୋଇଥିଲେ । ଅନ୍ୟପଟେ ଗଳାବାଟ ଦେଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଲୋକଙ୍କ ଠାରୁ ୧୦୦୦ ରୁ ୫ହଜାର ଟଙ୍କା ଲାଞ୍ଚ ନିଆଯାଇ ଛଡାଯାଉଛି ବୋଲି ଅଭିଯୋଗ ବି ହୋଇଥିଲା ।

ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ନେଇ ଗଳାବାଟ ଦେଇ ଛଡ଼ାଯାଉଛି । ଲମ୍ବା ସମୟ ଧରି ଧାଡ଼ିରେ ଠିଆ ହୋଇଥିବା ଶ୍ରଦ୍ଧାଳୁମାନେ ଏହି ଅଭିଯୋଗ ଆଣିଛନ୍ତି । ଏହି ଅବ୍ୟସ୍ଥା ଦେଖି ଶ୍ରଦ୍ଧାଳୁମାନେ ଧର୍ଯ୍ୟହରା ହୋଇ ବ୍ୟାରିକେଟ ଭାଙ୍ଗିବାକୁ ପଛାଇନାହାନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗଳାବାଟରେ ଗୁମାସ୍ତା ଟଙ୍କା ନେଇ ଶ୍ରଦ୍ଧାଳୁଙ୍କୁ ନେଇ ମନ୍ଦିରକୁ ଯାଉଛନ୍ତି । ଏହି ପରିପେକ୍ଷୀରେ ଏପରି ନିଷ୍ପତିକୁ ସ୍ୱାଗତଯୋଗ୍ୟ ହେବ ବୋଲି ଆଶା କରାଯାଇଛି।

Get real time updates directly on you device, subscribe now.