ପାଟଣା: ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବହୁଜନ ସମାଜ ପାର୍ଟି (ବିଏସପି)ର ସୁପ୍ରିମୋ ମାୟାବତୀ । ଦଳ ପକ୍ଷରୁ ଏହି ନୂତନ ରଣନୀତି ବିରୋଧୀ ଏବଂ ଜନ ସାଧାରଣଙ୍କୁ ଚକିତ କରିବ । ନୂଆ ବର୍ଷରେ ଦଳ ପକ୍ଷରୁ BSP Website ଏବଂ BSP APP ଲଞ୍ଚ କରିବା ନେଇ ଯୋଜନା କରୁଛି । ଏହା ଦ୍ୱାରା ବୁଥ୍ ସ୍ତରରୁ ଉଚ୍ଚ ସ୍ତର ପର୍ଯ୍ୟନ୍ତ ସଂଯୋଗ ସ୍ଥାପନ ହୋଇପାରିବ । ଏହା ସହ ବିଏସପିର ୨.୦ ଭର୍ସନ ଶୀଘ୍ର ସାମ୍ନାକୁ ଆସିବ । ଜାନୁଆରୀ ୧୫, ୨୦୨୪ରେ ମାୟାବତୀ ନିଜ ଜନ୍ମଦିନ ଅବସରରେ ଦଳର ନୂତନ ୱେବସାଇଟ୍ ଏବଂ ଆପ୍ ଲଞ୍ଚ କରିବା ନେଇ ରିପୋର୍ଟରୁ ପ୍ରକାଶ ।
ଏହି BSP APPମାଧ୍ୟମରେ ମତଦାତାଙ୍କର ଭୌଗଳିକ ବିଭାଜନ ହେବ । ପରେ ଏହି ବିଭାଜନ ଆଧାରରେ କ୍ଷେତ୍ର ପ୍ରମୁଖ ଚୟନ କରାଯିବ ଯଦ୍ୱାରା ବୁଥ୍ ସ୍ତରରୁ ଦଳ ହାଇକମାଣ୍ଡ ନେତାଙ୍କ ସହ ଯୋଗାଯୋଗ ସ୍ଥାପନ କରିପାରିବେ । କୌଣସି ଅଂଚଳ ବିଷୟରେ ତଥ୍ୟ ଜାଣିବାକୁ ହେଲେ ଏହି ଆପ ମାଧ୍ୟମରେ ନିର୍ଦ୍ଦିଷ୍ଟ ଅଂଚଳ ଉପରେ କ୍ଲିକ୍ କରିଲେ ସେଠାରେ ଦାୟିତ୍ୱରେ ଥିବା ପ୍ରମୁଖଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଖାଇବ । ଏହା ସହ ଫିଡ଼ବ୍ୟାକ୍ ସୁବିଧା ମଧ୍ୟ ରହିଛି ।