fbpx

Big Breaking: ୨ଜଣ ବୁଲେଟ ଆରୋହୀଙ୍କୁ ଚାପିଦେଲା ଟ୍ରକ୍

ରେଢାଖୋଲ: ରାଜ୍ୟରେ ଏକ ବଡଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଦୁଇଜଣ ବୁଲେଟ ଆରୋହୀଙ୍କୁ ଟ୍ରକ ଚାପିଦେଇଥିବା ଜଣାପଡିଛି । ଏନଏଚ-୫୫ ଉଦ୍ୟାନବିଭାଗ କାର୍ଯ୍ୟାଳୟ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ରେଢାଖୋଲରେ ଥିବା ଜାତୀୟ ରାଜପଥ ନଂ-୫୫ରେ ଏକ ବଡଧରଣର ଦୁର୍ଘଟଣା ଘଟିଛି । ଏହି ରାସ୍ତାରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବୁଲେଟରେ ଯାତ୍ରା କରୁଥିଲେ । ଏହି ସମୟରେ ଦ୍ରୁତଗତିରେ ଏକ ଟ୍ରକ ଆସି ସେହି ଦୁଇ ଆରୋହୀଙ୍କୁ ଧକ୍କା ଦେଇ ଚାପି ଦେଇଥିଲା । ତେବେ ମୃତକ ୨ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି । ଏହାବ୍ୟତୀତ ସେମାନେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.