ଓଡିଶା ଭାସ୍କର: ଆଜିକାଲି ଡେଟିଂ, ରୋମାନ୍ସ, ଆଫେୟାର୍ସ ଏବେ ଏହା ସାଧାରଣ କଥା ପାଲଟି ଯାଇଛି। ନିଜର ଖୁସିକୁ ଉପଭୋଗ କରିବା ପାଇଁ ଯୁବପିଢ଼ି ମାନେ ଏଥିଲାଗି ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଶେଷକରି ପୂଜାପାର୍ବଣ ସମୟରେ ପ୍ରାୟ ଏଭଳି ସମସ୍ତେ ପ୍ଲାନ କରିଥାନ୍ତି। ତେବେ ବର୍ତ୍ତମାନ ନୂଆ ବର୍ଷ ଆସୁଥିବାରୁ ଏବେ ବେଶୀ ଏହି ଡେଟିଂ ପ୍ଲାନ କଥା ଶୁଣିବାକୁ ମିଳୁଛି। କିନ୍ତୁ ଆପଣଙ୍କୁ ଜଣା ଅଛି କି ଅଧିକାଂଶ ଯୁବତୀ କାହିଁକି ଡେଟିଂରେ ଯାଆନ୍ତି?
ତେବେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏକ ତଥ୍ୟ ସାମ୍ନାକୁ ଆସିଛି। ପ୍ରତି ୪ ଜଣରେ ଜଣେ ଯୁବତୀ ରୋମାନ୍ସ ବା ଆଫେୟାର୍ସ ପାଇଁ ଡେଟିଂରେ ଯାଆନ୍ତି ନାହିଁ ବରଂ ମାଗଣା ଖାଦ୍ୟ ପାଇଁ ଏମାନେ ଡେଟିଂରେ ଯାଇଥାଆନ୍ତି। ଏହାକୁ ‘ଫୁଡି କଲ୍’ ବୋଲି କୁହାଯାଉଛି। ଏଥିରେ ଯୁବତୀଟି ଏମିତି ଜଣେ ପୁରୁଷଙ୍କୁ ଡେଟ୍ କରନ୍ତି ଯାହାଙ୍କ ସହ ରୋମାନ୍ସ ନୁହେଁ କେବଳ ମାଗଣା ଖାଇବା ମିଳିପାରିବ।
କାଲିଫର୍ନିଆ ସ୍ଥିତ ଅଜୁସା ପ୍ୟାସିଫିକ ୟୁନିର୍ଭସିଟି ଓ ୟୁନିଭର୍ସିଟି ଅଫ୍ କାଲିଫର୍ନିଆ ମେରେଡର ଗବେଷକମାନେ କହିଛନ୍ତି ଯେଉଁ ଯୁବତୀମାନେ ‘ଡାର୍କ ଟ୍ରାଉଡ’ରେ ଅଧିକ ସ୍କୋର କରିଛନ୍ତି ଓ ପାରମ୍ପରିକ ବ୍ୟବସ୍ଥାକୁ ବ୍ୟକ୍ତ କରିଛନ୍ତି ସେମାନେ ‘ଫୁଡି କଲ୍’ ସୁଚୀରେ ସାମିଲ ହୋଇଥାଆନ୍ତି। ଏକ ଅନ୍ ଲାଇନ୍ ଅଧ୍ୟୟନରୁ ଜଣାପଡିଛି କି ୨୩ରୁ ୩୩ ପ୍ରତିଶତ ଯୁବତୀ ‘ଫୁଡି କଲ୍’କୁ ଗ୍ରହଣ କରିଥାଆନ୍ତି। ସମୟ କ୍ରମେ ଏଥିରେ ପରିବର୍ତ୍ତନ ହେବ ବୋଲି ଗବେଷକମାନେ କହିଛନ୍ତି। ସେହିପରି ଆଉ କିଛି ଗବେଷକ ମାନେ କହିଛନ୍ତି ଯେ, ଆଜିକାଲି ପୁରୁଷ ମାନେ ବେଶୀ ନାରୀଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି। ଯାହାର ଫାଇଦା ଉଠାଇବାକୁ ଯାଇ ମହିଳା ମାନେ ନିଜର ଲକ୍ଷ୍ୟ ହାସଲ କରୁଛନ୍ତି। ତେବେ ବର୍ତମାନ ଭାରତରେ ଅନୈତିକ ସମ୍ପର୍କ ବହୁମାତ୍ରାରେ ଦେଖାଦେଉଛି।