fbpx

‘ଗାଜା ସ୍ଥିତ ଭାଇ ଭଉଣୀମାନଙ୍କୁ ଟିକେ ମନେ ପକାନ୍ତୁ…’, ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଳୀ: ସାରା ବିଶ୍ୱ ପାଳନ କରୁଛି ନୂଆବର୍ଷ । ସବୁଆଡ଼େ ଉତ୍ସବର ମାହୋଲ । ଏଥିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି । ଗାଜା ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ବିଶ୍ୱ ନେତାଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି, ‘ ସମସ୍ତେ ନୂଆ ବର୍ଷକୁ ଉତ୍ସାହର ସହ ପାଳନ କରିବା ସହ ଜୀବନରେ ପ୍ରେମ, ଶାନ୍ତି ଏବଂ ଖୁସିରେ ପରିପୂର୍ଣ୍ଣ ରହୁ ବୋଲି ପରସ୍ପରକୁ ଶୁଭେଚ୍ଛା ଦେଇଥାନ୍ତି । ଆସ, ଗାଜା ସ୍ଥିତ ସମସ୍ତ ଭାଇ ଓ ଭଉଣୀଙ୍କୁ ସ୍ମରଣ କରିବା ଯେଉଁମାନେ ନିଜ ଜୀବନ ସମ୍ମାନ ଓ ସ୍ୱତନ୍ତ୍ରତାର ଅଧିକାର ପାଇଁ ଅନ୍ୟାୟପୂର୍ଣ୍ଣ ଓ ଅମାନବୀୟ ଆକ୍ରମଣର ଶିକାର ହେଉଛନ୍ତି ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ପଟେ ଦେଶର ପିଲାମାନେ ଉତ୍ସବ ପାଳନ କରୁଥିବା ବେଳେ ଗାଜାରେ ପିଲାମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । ଏହାକୁ ଦୁନିଆର ତଥାକଥିତ ନେତାମାନେ ନିରବ ଭାବେ ଦେଖୁଛନ୍ତି । ସତ୍ତା(ଗାଦି) ଏବଂ ଲୋଭର ବଶବର୍ତ୍ତୀ ହୋଇ ଆରାମରେ ଆଗକୁ ଅଗ୍ରସର କରୁଛନ୍ତି । ଏହା ସତ୍ତେ୍ୱ ଆମ ଗହଣରେ ଏମିତି ଅନେକ ଅଛନ୍ତି ଯେଉଁମାନେ ଗାଜାରେ ହେଉଥିବା ଭୟାନକ ହିଂସାକାଣ୍ଡକୁ ଶେଷ କରିବା ପାଇଁ ଦାବି କରିଛନ୍ତି । ଆସନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ହେବା ।

Get real time updates directly on you device, subscribe now.