fbpx

ରାମଲଲାଙ୍କ ପ୍ରତିମୂର୍ତ୍ତି ସଂପର୍କରେ ଆସିଲା ବଡ ସୂଚନା, ଜାଣନ୍ତୁ କେଉଁ ରଙ୍ଗର ରାମଲଲା ପ୍ରତିଷ୍ଠା ହେବେ

ନୂଆଦିଲ୍ଲୀ:ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିମୂର୍ତ୍ତି ସଂପର୍କରେ ଆସିଲା ବଡ ସୂଚନା । ରାମଲଲାଙ୍କ ପ୍ରତିମୂର୍ତ୍ତି ସଂପର୍କରେ ଆସିଲା ବଡ ସୂଚନା । କଳା ରଙ୍ଗର ରାମଲଲାଙ୍କ ପ୍ରତିମୂର୍ତ୍ତି ମନ୍ଦିରରେ ପୂଜା ପାଇବେ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟ ଏ ବିଷୟରେ ସୂଚନା ଦେଇଛନ୍ତି । ୫ ବର୍ଷର ବାଳକ ଭାବେ ପୂଜା ପାଇବେ ରାମଲଲା । କଳା ରଙ୍ଗର ପଥର ପ୍ରତିମାର ଉଚ୍ଚତା ରହିଛି ୫୧ ଇଞ୍ଚ ।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସାଧାରଣ ସମ୍ପାଦକ ଏ ବିଷୟରେ ଆଜି ସୂଚନା ଦେଇଛନ୍ତି । କଳା ପଥରରେ ରାମଲଲାଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି । କଳା ରଙ୍ଗରେ ଝଲସିବେ ପ୍ରଭୁ ଶ୍ରୀରାମ । ୫ ବର୍ଷର ବାଳୁତ ରାମଲଲାଙ୍କ ମୂର୍ତ୍ତି ବେଶ୍ ଆକର୍ଷଣୀୟ ରହିଛି । ଆସନ୍ତା ୨୨ ତାରିଖ ଦିନ ଏହି ବିଗ୍ରହ ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା ହେବେ ।

Get real time updates directly on you device, subscribe now.