ମହିଳାମାନେ ପିନ୍ଧୁଥିବା ଦାମୀ ଶାଢୀର ଯତ୍ନ ବି ବେଶ୍ ଭଲ ଭାବରେ ନେବା ଉଚିତ । ବିଶେଷ କରି ସିଲ୍କ ଶାଢୀକୁ ବହୁ ଲୋକ ଘରେ ଧୋଇବାକୁ ଭୟ କରିଥାନ୍ତି । ଏହି ଶାଢୀ ବହୁତ ମହଙ୍ଗା ହୋଇଥାଏ । ତେଣୁ ଲୋକମାନେ ଏହାକୁ ଡ୍ରାଇ କ୍ଲିନିଂ କରାଇଥାନ୍ତି । କିନ୍ତୁ ଆପଣ ଏହି ଶାଢୀକୁ ଆପଣ ଘରେ ବି ଧୋଇ ପାରିବେ । ବାସ୍ ଧୋଇବା ସମୟରେ ଏହିସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ।
ଗରମ ପାଣି ବ୍ୟବହାର କରନ୍ତୁ ନାହିଁ:
ଯଦି ଆପଣ ସିଲ୍କ ଶାଢୀ କି ସୁଟ୍ ଘରେ ଧୋଉଛନ୍ତି ତେବେ ଗରମ ପାଣି ଆଦୌ ବ୍ୟବହାର କରନ୍ତୁ ନାହିଁ । ସର୍ବଦା ଥଣ୍ଡା ପାଣିରେ ଏହାକୁ ହ୍ୟାଣ୍ଡ ୱାସ୍ କରନ୍ତୁ । ଶାଢୀକୁ ଧୋଇବା ପୂର୍ବରୁ ଏକ ବାଲ୍ଟିରେ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ।
ପାଣିରେ ଭିନେଗାର ମିଶାନ୍ତୁ: ସିଲ୍କ ଶାଢୀ ଧୋଇବା ଲାଗି ଆପଣ ଭିନେଗାର ବ୍ୟବହାର କରନ୍ତୁ । ଏକ ବାଲ୍ଟି ପାଣିରେ ୨ ଚାମଚ ଭିନେଗାର ମିଶାନ୍ତୁ । ଏବେ ଶାଢୀକୁ ବତୁରାଯାଇଥିବା ପାଣିରୁ ବାହାର କରି ଭିନେଗାର ବାଲା ପାଣିରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।
ଖୁବ୍ କମ୍ ଡିଟରଜେଣ୍ଟ ପ୍ରୟୋଗ କରନ୍ତୁ: ସିଲ୍କ ପରି ନରମ ଓ ଦାମୀ ଫେବ୍ରିକ କପଡା ଧୋଇବା ଲାଗି ଆପଣଙ୍କୁ ଖୁବ୍ କମ୍ ଡିଟରଜେଣ୍ଟ ବ୍ୟବହାର କରିବାକୁ ପଡିବ । ଅଳ୍ପ ଡିଟରଜେଣ୍ଟରେ ଶାଢୀ ସଫା ହୋଇଯିବ ଓ ସାଇନ୍ ବି କରିବ । ଏହାଦ୍ୱାରା ସିଲ୍କ ଫେବ୍ରିକ ବି ଖରାପ ହେବ ନାହିଁ । ଆପଣ ନୋ ବ୍ଲିଚ୍ ଡିଟରଜେଣ୍ଟ ବି ପ୍ରୟୋଗ କରିପାରିବେ । ଅନ୍ୟଥା ଇଜିରେ ବି ଏହା ଧୋଇପାରିବେ ।
ଅନ୍ୟ କପଡା ସହ ମିଶାନ୍ତୁ ନାହିଁ:ଯେତେବେଳେ ବି ଆପଣ ସିଲ୍କ କପଡା ଧୋଉଛନ୍ତି ଧ୍ୟାନ ରଖନ୍ତୁ କି ଏହା ସହ ଅନ୍ୟ କପଡା ମିଶାନ୍ତୁ ନାହିଁ । ଶାଢୀକୁ ଡିଟରଜେଣ୍ଟରୁ ବାହାର କରି ଭଲ ପାଣିରେ ଧୋଇ ନିଅନ୍ତୁ ।
ଟାଣ ଖରାରେ ଶୁଖାନ୍ତୁନି: ସିଲ୍କ ଶାଢୀ ଧୋଇବା ପରେ ଏହାକୁ ଚିପୁଡନ୍ତୁ ନାହିଁ । ପାଣି ସହ ହିଁ ଏହାକୁ ଶୁଖାଇ ଦିଅନ୍ତୁ । ଏହା ସିିଧା ଖରା ପଡୁଥିବା ସ୍ଥାନରେ ଶୁଖାନ୍ତୁ ନାହିଁ ।