fbpx

ବିଲକିସ୍ ବାନୋ ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ପୁଣି ଜେଲ୍ ଯିବେ ୧୧ ଦୋଷୀ

ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ଆସିଲା ବଡ ନିଷ୍ପତ୍ତି । ସୁପ୍ରିମକୋର୍ଟ ସୋମବାର ଦେଇଥିବା ନିଜର ଏକ ବଡ ରାୟରେ ଗୁଜରାଟ ଦଙ୍ଗା ପୀଡିତା ବିଲକିସ୍ ବାନୋଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ବିଲକିସ୍ ବାନୋ ଗ୍ୟାଙ୍ଗରେପ୍ ଘଟଣାରେ ଦୋଷୀଙ୍କୁ ଦଣ୍ଡରୁ ମୁକ୍ତ କରୁଥିବା ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି । ଗ୍ୟାଙ୍ଗରେପ୍‌ରେ ଅଭିଯୁକ୍ତ ସମସ୍ତ ୧୧ଦୋଷୀଙ୍କୁ ଏବେ ପୁଣି ଜେଲ୍ ପଠାଇଦିଆଯିବ ।

ଏଠାରେ ସୂଚାଇ ଦିଆଯାଇପାରେ କି ୨୦୨୨ ଅଗଷ୍ଟ ମାସରେ ବିଲକିସ୍ ବାନୋ ଗ୍ୟାଙ୍ଗ ରେପ୍ କେସ୍‌ରେ ଆଜୀବନ କାରାଦଣ୍ଡ ପାଇଥିବା ସମସ୍ତ ୧୧ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରି ଦେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ସୁପ୍ରିମକୋର୍ଟ ପୁରା ମାମଲାର ଶୁଣାଣୀ କରି କହିଛନ୍ତି , ରାଜ୍ୟ ଯେଉଁଠି କୌଣସି ଅପରାଧୀ ଉପରେ ମୋକଦ୍ଦମା କରାଯାଉଛି ଓ ଦଣ୍ଡ ଶୁଣାଯାଉଛି ତାହା ଦୋଷୀଙ୍କ କ୍ଷମା ଯାଚିକା ଉପରେ ନିର୍ଣ୍ଣୟ ନେବାରେ ବି ସକ୍ଷମ ହେବା କଥା । ସୁପ୍ରିମକୋର୍ଟ କହିଛନ୍ତି ଦୋଷୀଙ୍କ ଦଣ୍ଡ କ୍ଷମା ଆଦେଶ ପାରିତ କରିବା ପାଇଁ ଗୁଜରାଟ ରାଜ୍ୟ ସକ୍ଷମ ନୁହେଁ କିନ୍ତୁ ମହାରାଷ୍ଟ୍ର ସରକାର ଏ କ୍ଷେତ୍ରରେ ସକ୍ଷମ ।

Get real time updates directly on you device, subscribe now.