fbpx

ଲାଇଭ୍ ଟିଭି ଶୋ’ ବେଳେ ଟଳିପଡ଼ିଲେ କୃଷି ବିଶେଷଜ୍ଞ ଡ. ଅନି ଏସ୍ ଦାସ

ନୂଆଦିଲ୍ଲୀ: କେରଳରୁ ଆସିଲା ଏକ ଦୁଃଖଦ ଖବର । ଦୂରଦର୍ଶନ ଷ୍ଟୁଡିଓରେ ଲାଇଭ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ ଅଚେତ ହୋଇ ପଡ଼ି ଜଣେ କୃଷି ବିଶେଷଜ୍ଞଙ୍କ ମୃତ୍ୟୁ ଘଟିଛି। ପୋଲିସ ପକ୍ଷରୁ ଏହି ସୂଚନା ସାମ୍ନାକୁ ଆସିଛି। ଚ୍ୟାନେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେରଳ କୃଷି ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଥିବା ୫୯ ବର୍ଷୀୟ ଡାକ୍ତର ଏଏସ୍ ଦାସ ଚ୍ୟାନେଲରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମୟରେ ହଠାତ୍ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଚ୍ୟାନେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଦୂରଦର୍ଶନର କୃଷି ଦର୍ଶନ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଛି। ସେ ଚେତାଶୂନ୍ୟ ହୋଇପଡ଼ିବାରୁ କୃଷି ବିଶେଷଜ୍ଞଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଡ. ଅନି ଏସ୍ ଦାସ କେରଳ କୃଷି ବିଶ୍ୱବିଦ୍ୟାଳୟର ଯୋଜନା ନିର୍ଦ୍ଦେଶକ ତଥା ଜଣେ ବିଶେଷଜ୍ଞ ଥିଲେ, ଯିଏ କି ବେଳେବେଳେ ଦୂରଦର୍ଶନର କାର୍ଯ୍ୟକ୍ରମରେ ଜଣେ ବିଶେଷଜ୍ଞ ଭାବରେ ଅଂଶଗ୍ରହଣ କରୁଥିଲେ । ଲାଇଭ୍ ଆଲୋଚନା ବେଳେ ସେ ହଠାତ୍ ଅଚେତ ହୋଇପଡ଼ିଥିଲେ। ଦୂରଦର୍ଶନର କୃଷି ଦର୍ଶନ କାର୍ଯ୍ୟକ୍ରମ ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଏହି ଘଟଣା ଘଟିଛି।

 

Get real time updates directly on you device, subscribe now.