fbpx

ବାସ୍ତୁ ଅନୁଯାୟୀ ଘରେ ଲଗାନ୍ତୁ କ୍ୟାଲେଣ୍ଡର, ସୁଖ ଓ ସମୃଦ୍ଧିରେ ଭରିଦିଏ ଜୀବନ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଜୀବନରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ୱ ରହିଛି । ବାସ୍ତୁ ଶାସ୍ତ୍ରର ସକାରତ୍ମକ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ସୁଖ, ସମୃଦ୍ଧି, ପ୍ରଗତି ଓ ସଫଳତା ଆଣିଥାଏ । ସେହିପରି ନକାରାତ୍ମକ ପ୍ରଭାବ ଦ୍ୱାରା ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଏ । ‘କ୍ୟାଲେଣ୍ଡର’ ଦିନଚର୍ଯ୍ୟାର ଏକ ପ୍ରତୀକ ଏବଂ ଅଂଶ ବିଶେଷ ଅଟେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଶୁଭ ଦିଗରେ କ୍ୟାଲେଣ୍ଡର ରଖିବା ଦ୍ୱାରା ସକାରାତ୍ମକତା ବୃଦ୍ଧି ହେବା ସହ ଦିନ ମଙ୍ଗଳମୟ ବିତିଥାଏ । ବିଭିନ୍ନ ପ୍ରକାରର କ୍ୟାଲେଣ୍ଡର ବ୍ୟକ୍ତିର ଜୀବନ ଉପରେ ତଦାନୁରୂପ ପ୍ରଭାବ ପକାଇଥାଏ । ଘରେ ଏପରି କ୍ୟାଲେଣ୍ଡର ପ୍ରୟୋଗ କରିବା କଥା ସୁଖ, ସମୃଦ୍ଧି, କ୍ୟାରିୟରରେ ପ୍ରଗତି, ଆର୍ଥିକ ଉନ୍ନତି ସହ ବ୍ୟକ୍ତିକୁ ଚିନ୍ତାମୁକ୍ତ ରଖିବାରେ ସହାୟକ ହୋଇପାରିବ ।

୧. ସବୁବେଳେ କ୍ୟାଲେଣ୍ଡରକୁ ଘର କିମ୍ବା ଅଫିସର ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ଜଣଙ୍କ ଏହି ଦିଗରେ ମୁହଁ କରି ଦିନଚର୍ଯ୍ୟା ଆରମ୍ଭ କରିଲେ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହା ସହ ପ୍ରତି କ୍ଷେତ୍ରରେ ବ୍ୟକ୍ତିକୁ ସଫଳତା ମିଳିଥାଏ ।

୨. ଦକ୍ଷିଣ ଦିଗରେ କ୍ୟାଲେଣ୍ଡର ଲଗାଇବା ଅଶୁଭ ଅଟେ । ଏହା ଦ୍ୱାରା ପ୍ରଗତିର ପଥ ଅବରୋଧ ହେବା ସହ ସ୍ୱାସ୍ଥ୍ୟ ଏବଂ ଅର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ ।

୩. ପ୍ରାକୃତିକ ଦୃଶ୍ୟ, ଫୁଲ, ପାହାଡ଼, ଝରଣା ଇତ୍ୟାଦି ଚିତ୍ର ଥିବା କ୍ୟାଲେଣ୍ଡର ଘରେ ଲଗାଇବା ଉପରେ ଗୁରୁତ୍ୱ ଦିଅନ୍ତୁ । ଏହା ସକାରାତ୍ମକ ଉର୍ଜ୍ଜାର ପ୍ରତୀକ ଅଟେ । ପ୍ରାକୃତିକ ଦୃଶ୍ୟ ଥିବା କ୍ୟାଲେଣ୍ଡର ଦେଖିବା ଦ୍ୱାରା ମନ ପ୍ରସନ୍ନ ରହିଥାଏ ।

୪. ଘରେ ପୁରୁଣା, ଚିରା, ଫଟା, ଦୁଃଖି ଚେହେରା, ଯୁଦ୍ଧ ପ୍ରଦର୍ଶନ କରୁଥିବା, ଶୁଖିଲା ଜଙ୍ଗଲ, ବିନାଶ, ହିଂସ୍ର ଜୀବଜନ୍ତୁ ଇତ୍ୟାଦି ଚିତ୍ର ଥିବା କ୍ୟାଲେଣ୍ଡର ତୁରନ୍ତ ବଦଳାନ୍ତୁ । ଏହା ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଘରର ସୁଖ ଶାନ୍ତି ନଷ୍ଟ ହେବା ସହ ବ୍ୟକ୍ତି ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ ।

୫. ଘରେ କୌଣସି ଦେବୀ ଦେବତାଙ୍କ ଚିତ୍ର ଥିବା ପୁରୁଣା କ୍ୟାଲେଣ୍ଡର ଥିଲେ ଜଳରେ ବିସର୍ଜିତ କରି ଦିଅନ୍ତୁ ।

୬. କ୍ୟାଲେଣ୍ଡରକୁ କେବେ ବି କବାଟ ଉପରେ ଟାଙ୍ଗିବା ଉଚିତ ନୁହେଁ । ବିଶେଷ କରି ମୁଖ୍ୟ ଦ୍ୱାରରେ କ୍ୟାଲେଣ୍ଡର ଟାଙ୍ଗିବା ପାଇଁ ବାରଣ କରାଯାଇଥାଏ କାରଣ ଏହା ପରିବାର ସଦସ୍ୟଙ୍କ ଆୟୁ ଉପରେ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.