fbpx

DeepFake ଅଭିଯୁକ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ମାଷ୍ଟରପ୍ଲାନ: ଜାନୁୟାରୀ ୨୨ ପରେ ଆସିବ ନୂଆ ନିୟମ!

ନୂଆଦିଲ୍ଲୀ: ଡିପ୍ ଫେକ ଭିଡିଓକୁ ନେଇ ସାରା ଦେଶରେ ଏକ ଅଜଣା ଭୟ ଖେଳିଯାଇଛି । ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଠାରୁ ଆରମ୍ଭ କରି କ୍ରିକେଟର ସଚିନ୍ ତେନ୍ଦୁଲକର ଏହି ଡିପ୍ ଫେକ୍ ଭିଡିଓର ଶିକାର ହୋଇଛନ୍ତି । ତେଣୁ ଏହି ଭୟ ଏବେ ସାଧାରଣ ଲୋକଙ୍କ ମନରେ ବି ବସା ବାନ୍ଧିଲାଣି । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ଖୁବଶୀଘ୍ର ଡିପ୍ ଫେକ୍ ମାମଲାରେ ଅଭିଯୁକ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ମାୟାଜାଲ ପ୍ରସ୍ତୁତ ହେବାକୁ ଯାଉଛି । ଆସନ୍ତା ସପ୍ତାହ ସୁଦ୍ଧା ଏହି ଅଭିଯୁକ୍ତଙ୍କୁ ଜବାବ ଦେବାକୁ ନୂଆ ନିୟମ ଲାଗୁ କରାଯିବ ବୋଲି ଜାଣିବାକୁ ମିଳିଛି ।

କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଆଗାମୀ ୭-୮ ଦିନ ମଧ୍ୟରେ ସଂଶୋଧିତ ଆଇଟି ନିୟମ ଜାରି କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ମନ୍ତ୍ରୀ କହିଛନ୍ତି ଯେ, ଭିନ୍ନ ଭିନ୍ନ ପ୍ଲାଟଫର୍ମରେ କମେଣ୍ଟ ମିଳିବା ପରେ ସରକାରଙ୍କ ଦ୍ୱାରା ଡିପ୍ ଫେକ୍ ଭିଡିଓ ନେଇ ପରାମର୍ଶ ଜାରି ହୋଇଛି । ଆଗାମୀ ୭-୮ ଦିନ ମଧ୍ୟରେ ନୂଆ ସଂଶୋଧିତ ଆଇନ ଜାରି କରାଯିବ ବୋଲି କହିଛନ୍ତି ରାଜୀବ ଚନ୍ଦ୍ରଶେଖର ।

ସେ କହିଛନ୍ତି ଯେ, ସମସ୍ତ ମଧ୍ୟସ୍ଥିଙ୍କ ସହ ଦୁଇ ରାଉଣ୍ଡ ଡିଜିଟାଲ ଇଣ୍ଡିଆ ଆଲୋଚନା କରାଯାଇଛି। ବର୍ତ୍ତମାନ ନିୟମ ପ୍ରତି ଆମେ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନିୟମ ପାଳନ ନ କରିବାର ପରିଣାମ ଉପରେ ସେମାନଙ୍କ ଦୃଷ୍ଟି ଆକର୍ଷଣ ହୋଇଛି । ଏକ ପରାମର୍ଶ ଦିଆଯାଇଛି, କିନ୍ତୁ ଯଦି ଏହାର ଅନୁପାଳନରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ଏକ ନୂଆ ସଂଶୋଧିତ ନିୟମ ପ୍ରସ୍ତୁତ ହେବ ଯାହା ଭୁଲ ତଥ୍ୟ ଏବଂ ଡିପ୍ ଫେକ୍ ଉପରେ ଅଧିକ ପ୍ରଭାବଶାଳୀ ହୋଇପାରିବ ।

ଗତ ମାସରେ, ଆଇଟି ନିୟମ ମାନିବାକୁ ସରକାର ସମସ୍ତ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ସ୍ପଷ୍ଟ ଏବଂ ସଠିକ ଶବ୍ଦରେ ସୀମିତ ବିଷୟବସ୍ତୁ ବିଷୟରେ ଉପଭୋକ୍ତାଙ୍କୁ ସୂଚନା ପ୍ରଦାନ କରିବାକୁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରକାର। ବଡ଼ ବଡ଼ ସେଲିବ୍ରିଟିଙ୍କୁ ଟାର୍ଗେଟ କରୁଥିବା ଅନେକ ‘ଡିପ୍ ଫେକ୍’ ଭିଡିଓ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ପ୍ରତି ଅସନ୍ତୋଷ ଜାହିର କରିଥିଲେ ସରକାର । ଏହାଦ୍ୱାରା ବହୁ ମାତ୍ରାରେ ମର୍ଫେଡ୍ ବିଷୟବସ୍ତୁ ସୃଷ୍ଟି ହେଉଥିବାରୁ ଲୋକମାନେ ଏହାକୁ ନେଇ ଖୁବ ଆକ୍ରୋଷ ପ୍ରଦର୍ଶନ କରିଥିଲେ ।

Get real time updates directly on you device, subscribe now.