fbpx

(video)ଦୁନିଆକୁ ଅଲ୍‌ବିଦା କହିବା ପୂର୍ବରୁ ଲତାଜୀ ରେକର୍ଡ କରିଥିଲେ ପ୍ରଭୁ ଶ୍ରୀରାମଙ୍କ ଏହି ଶ୍ଲୋକ, ପ୍ରଧାନମନ୍ତ୍ରୀ ମୋଦୀ ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଦେଶର କୋଣ ଅନୁକୋଣରେ ଲୋକମାନେ ଏହାକୁ ଏକ ପର୍ବ ଭାବରେ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜନତାଙ୍କୁ ଏହି ମହାପର୍ବ ସହ ଜଡିତ ରଖିବା ଲାଗି ଲଗାତର ରାମ ଭଜନ ସେୟାର କରିବାରେ ଲାଗିଛନ୍ତି । ଏବେ ସେ ଲତା ମଙ୍ଗେସକର ଗାଇଥଇବା ଏକ ଶ୍ଲୋକ ସେୟାର କରିଛନ୍ତି ।

ମଙ୍ଗଳବାର ଠାରୁ ରାମ ନଗରୀ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଆରମ୍ଭ ହୋଇସାରିଛି । ସର୍ବପ୍ରଥମେ ପ୍ରାୟଶ୍ଚିତ ପୂଜାରୁ ପୂଜା ଉତ୍ସବ ଆରମ୍ଭ ହୋଇଛି । ଅଭିଜିତ ମୁହୂର୍ତ୍ତ ୨୨ ଜାନୁୟାରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ମୋଦୀ ଲଗାତର ଏ ବିଷୟରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଅପଡେଟ୍ ସେୟାର କରୁଛନ୍ତି । ସେ ବହୁ କଳାକାରଙ୍କ ମନୋବଳ ବୃଦ୍ଧି କରିବା ଲାଗି ସେମାନେ ଗାଇଥିବା ରାମ ଭଜନ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରୁଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମୟରେ କାହାର ଅଭାବ ଅନୁଭବ କରୁଛନ୍ତି । ସେ ହେଉଛନ୍ତି ସ୍ୱର ସାମ୍ରାଜ୍ଞୀ ତଥା କୋକିଳକଣ୍ଠୀ ଲତା ମଙ୍ଗେସକର । ସେ କହିଛନ୍ତି ଏହି ଉତ୍ସବରେ ଲତାଜୀଙ୍କ ଅଭାବ ମୋତେ ଅନୁଭୂତ ହେଉଛି । ଏହି ଅଭାବକୁ ପୂରଣ କରିବା ପାଇଁ ସେ ଲତାଜୀ ଗାଇଥିବା ଏକ ରାମ ଶ୍ଲୋକ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଦୁନିଆକୁ ଅଲବିଦା କହିବା ପୂର୍ବରୁ ଲତାଜୀ ଶେଷ ଥର ଯେଉଁ ଭଜନ ରେକର୍ଡ କରିଥିଲେ ତାହା ପ୍ରଭୁ ଶ୍ରୀରାମଙ୍କ ସହ ଜଡିତ ଏକ ଶ୍ଲୋକ ଥିଲା । ଏହି ଭଜନର ନାମ ‘ଶ୍ରୀରାମ ଅର୍ପଣ’ ଅଟେ । ଏଥିରେ ଲତାଦିଦିଙ୍କ ମଧୁର କଣ୍ଠ ସମସ୍ତ ମନ ମୋହିନେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

Get real time updates directly on you device, subscribe now.