fbpx

Breaking News: କୁହୁଡ଼ି ପାଇଁ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ

AAKASH

ଓଡିଶା ଭାସ୍କର: ଗତ ତିନି ଦିନ ହେଲା ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। ଯାହାଫଳରେ ଥଣ୍ଡାରେ ଲୋକଙ୍କୁ ବର୍ଷା କଲବଲ କରୁଥିବା ଦେଖିବାକୁ ମିଳୁଛି। ତେବେ ଏମିତିକା ପାଗ ଆସନ୍ତାକାଲି ପର୍ୟ୍ୟନ୍ତ ଲାଗି ରହିବ। ସେହିପରି ଆଗମୀ ଦୁଇ ଦିନ ଧରି ଘନକୁହୁଡି ଦେଖିବାକୁ ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନକୁହୁଡ଼ି ନେଇ ରାଜ୍ୟର ୧୨ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଘନକୁହୁଡ଼ି ଦେଖାଯିବ। ଅନ୍ୟପଟେ ଜାନୁଆରି ୨୫ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, କେନ୍ଦୁଝର, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କଟକ ଜିଲ୍ଲାରେ କୁହୁଡ଼ି ଦେଖାଯିବ। ଘନକୁହୁଡ଼ିର ଭିଜିବିଲିଟି ୫୦ରୁ ୨୦୦ ମିଟର ରହିବ।

ତେବେ ଆଗାମୀ ୨୪ ଘଣ୍ଟାରେ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ବର୍ତ୍ତମାନ ଦିନ ଓ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିନ ତମାମ ଥଣ୍ଡା ଅନୁଭୂତ ହେଉଛି। ଖାସ୍‌ କରି ଦେଖିଲେ, ଝାରସୁଗୁଡ଼ାରେ ଦିନର ତାପମାତ୍ରା ୧୮.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ୨୦ ଡିଗ୍ରୀ ଭିତରେ ରେକର୍ଡ ହେବାର ସମ୍ଭାବନା ରହୁଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

Get real time updates directly on you device, subscribe now.