fbpx

ପ୍ରିନ୍ସ ସଲମାନଙ୍କ ବଡ଼ ନିଷ୍ପତ୍ତି: ସାଉଦି ଆରବରେ ଖୋଲିବ ପ୍ରଥମ ମଦ ଦୋକାନ, କିନ୍ତୁ….

ନୂଆଦିଲ୍ଲୀ: ସାଉଦି ଆରବରୁ ଆସିଛି ଏକ ବଡ଼ ଖବର । ଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ବିଦେଶୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଏସିଆ ମହାଦେଶ ଓ ମିଶରର ମୁସଲିମ ଲୋକ ରହିଛନ୍ତି । ତେବେ ଏହା ମଧ୍ୟରେ ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ମଦ ଖୋଲିବାକୁ ଯାଉଛି ।

ସୂଚନା ମୁତାବକ, ସାଉଦି ଆରବ ପ୍ରଥମ ମଦ ଷ୍ଟୋର ଖୋଲିବାକୁ ଯାଉଛି । ରାଜଧାନୀ ରିୟାଧରେ ଖୋଲିବାକୁ ଥିବା ଏହି ଷ୍ଟୋର କେବଳ ଅଣମୁସଲିମ ଡିପ୍ଲୋମାଟସଙ୍କୁ ହିଁ ମଦ ବିକ୍ରି କରାଯିବ । ଏହି ଷ୍ଟୋରରୁ ମଦ କିଣିବା ପାଇଁ ହେଲେ ଗ୍ରାହକଙ୍କୁ ମୋବାଇଲ ଆପ ଜରିଆରେ ନିଜକୁ ପଞ୍ଜିକୃତ କରିବାକୁ ପଡ଼ିବ । ଏହାପରେ ବିଦେଶୀ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ନିକଟକୁ ଏକ କ୍ଲିୟରାନ୍ସ କୋର୍ଡ ପଠାଯିବ ।

ଏହାପରେ ସେମାନେ ଷ୍ଟୋରରୁ ମଦ କିଣି ପାରିବେ । ତେବେ ପ୍ରତି ମାସରେ କୋଟା ଅନୁସାରେ ଲୋକମାନେ ମଦ କିଣି ପାରିବେ । ସାଉଦିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛି । ସଲମାନଙ୍କ ଭିଜନ ୨୦୩୦ର ଏହା ଏକ ଅଂଶ ବୋଲି କୁହାଯାଉଛି । ଦେଶରେ ପର୍ଯ୍ୟଟନ ଓ ବିଜିନେସକୁ ଗୁରୁତ୍ୱ ଦେବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ରିୟାଧର ଡିପ୍ଲୋମାଟିକ କ୍ୱାର୍ଟରରେ ଅନେକ ଦେଶର ଦୂତାବାସ ରହିଥିବା ବେଳେ ସେଠାରେ ଏହି ନୂଆ ଷ୍ଟୋର ଖୋଲିବ । ତେବେ କୌଣସି ଅତିଥି, ୨୧ ବର୍ଷରୁ କମ୍ ପର୍ଯ୍ୟଟକଙ୍କୁ ଏହି ଷ୍ଟୋରକୁ ଅନୁମତି ମିଳିବ ନାହିଁ । ସୂଚନାଯୋଗ୍ୟ ଯେ, ୧୯୫୨ ମସିହାଠାରୁ ଦେଶରେ ମଦକୁ ବ୍ୟାନ କରାଯାଇଥିଲା ।

Get real time updates directly on you device, subscribe now.