fbpx

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଗଡ଼ି, ଜାଣନ୍ତୁ କ’ଣ ରହିଛି ଖାସ୍

ନୂଆଦିଲ୍ଲୀ: ଆଜି ସାରା ଦେଶ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଗଡ଼ିରେ ଦେଖିବାକୁ ମିଳିଥିଲା ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ସାଧାରଣତଃ ପ୍ରତି ବର୍ଷ ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭିନ୍ନ ଭିନ୍ନ ପଗଡ଼ିରେ ନଜର ଆସିଥାନ୍ତି । ଏହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଚଳିତ ବର୍ଷ ମଧ୍ୟ ମୋଦୀ ପିନ୍ଧିଥିବା ବିଶେଷ ପଗଡ଼ିକୁ ନେଇ ଚର୍ଚ୍ଚା ହେଉଛି ।

ଚଳିତ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାନ୍ଧନୀ ପ୍ରିଣ୍ଟ ପଗଡ଼ିରେ ନଜର ଆସିଥିଲେ । ବାନ୍ଧନୀ ପ୍ରିଣ୍ଟ ରାଜସ୍ଥାନରେ ବହୁତ ଲୋକପ୍ରିୟ । ପ୍ରଧାନମନ୍ତ୍ରୀ ନାଲି, ହଳଦିଆ, ନୀଳ ଓ ଗୋଲାପି ରଂଗର ବାନ୍ଧନୀ ପ୍ରିଣ୍ଟର ପଗଡ଼ି ସହ ଧଳା କୁର୍ତ୍ତା- ପାଇଜାମା ସହ କମ୍ପ୍ଲିମେଣ୍ଟ କରିଥିଲେ । ଏହା ସହ କୁର୍ତ୍ତା ଉପରେ ବ୍ରାଉନ୍ ରଂଗର ଜ୍ୟାକେଟ୍ ପିନ୍ଧିଥିଲେ । ତେବେ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପଗଡ଼ି ଲୁକ୍ ବେଶ ପସନ୍ଦ ହୋଇଛି । ଏହି ବିଶେଷ ଅବସରରେ ପଗଡ଼ି ପିନ୍ଧିବା ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଅଟେ । ଗଣତନ୍ତ୍ର ଦିବସର ଥିମ୍ ରହିଛି ‘ଇଣ୍ଡିଆ ଇଜ୍ ଏ ମଦର ଅଫ୍ ଡେମୋକ୍ରେସି’ ।

Get real time updates directly on you device, subscribe now.