fbpx

ଖସିଲା ଭରି ପିଛା ସୁନା ଦର: କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ

ଓଡିଶା ଭାସ୍କର: ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। କିନ୍ତୁ ଆଜି ସୁନାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତେଣୁ ସୁନା କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି ତାହାଲେ ଦରଦାମ ବିଷୟରେ ଜାଣି ରଖନ୍ତୁ। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୭୦୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ଦଶ ଗ୍ରାମ ପିଛା ୫୦ ଟଙ୍କା ହ୍ରାସ ପାଇଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୨,୯୫୦ ଟଙ୍କା ଯାହାକି ଗତ କାଲି ଥିଲା ୬୩,୦୦୦।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୭,୭୦୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୯୫୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୨୧୦ ଟଙ୍କା ରହିଛି। ଅନ୍ୟପଟେ ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୭,୮୫୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୧୦୦ ଟଙ୍କା, ତେବେ ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୩୩୦ ଟଙ୍କା ରହିଛି। ସେହିପରି ମାୟାନଗରୀ ମୁମ୍ବାଇରେ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୭,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୯୫୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୨୧୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ତେବେ ଓଡ଼ିଶାର ପଡୋଶୀ ରାଜ୍ୟ ତଥା ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୭,୭୦୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୯୫୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୨୧୦ ଟଙ୍କା ରହିଛି ।

ସୂଚନା ଥାଉକି, ଦେଶରେ ଏବେ ବିବାହ ଋତୁ ଚାଲିଛି। କିନ୍ତୁ ସୁନା ଦର ଲଗାତର ଭାବେ ବୃଦ୍ଧି ପାଇବା କାରଣରୁ ଲୋକେ ସୁନା କିଣିବାକୁ ସାହାସ କରିପାରୁନଥିଲେ। ଏଣୁ ଏବେ ଦର ଖସିବାରୁ ଗ୍ରାହକମାନେ ଏହି ମାସରେ ସୁନା ଗହଣା କିଣିପାରିବେ। ଯଦି ଆପଣ ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି ତାହେଲେ ଏହି ସୁଯୋଗ ହାତ ଛଡା କରନ୍ତୁ ନାହିଁ।

 

Get real time updates directly on you device, subscribe now.