fbpx

(Video)କେବେ ବି ଭୁଲିପାରିବିନି.., ମୋଦୀଙ୍କ ସହ ଚା’ ପିଇବା ପରେ ଏପରି କ’ଣ ଦେଖି ଚକିତ ହୋଇପଡିଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଦିବସରେ ଅତିଥି ହୋଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ହାୱା ମହଲ ନିକଟରେ ଏକ ଦୋକାନରେ ମାଟି ପାତ୍ରରେ ଚା’ର ଆନନ୍ଦ ନେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନିଜ ଫୋନ୍‌ରେ ୟୁପିଆଇର ଉପଯୋଗ କରି ଚା’ ପଇସା ଦେଇଥିଲେ । ଏହି ଘଟଣାକୁ ଦେଖି ମାକ୍ରୋନ ବିସ୍ମିତ ହୋଇଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ କି ଭାରତର ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ବହୁ ବିଦେଶୀ ନେତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ଏଥିରେ ଆଉ ଜଣେ ନେତାଙ୍କ ନାମ ଯୋଡି ହୋଇଯାଇଛି । ଏହି ନୂଆ ନାମ ହେଉଛି ଇମାନୁଏଲ୍ ମାକ୍ରୋନ୍ । ମାକ୍ରୋନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପକ୍ଷରୁ ତାଙ୍କ ପାଇଁ ଆୟୋଜିତ ଅଧିକାରୀକ ଭୋଜିରେ ନିଜ ଭାଷଣରେ ଏହି UPI ପେମେଣ୍ଟକୁ ପ୍ରଶଂସା କରିଛନ୍ତି ।

ମାକ୍ରୋନ କହିଛନ୍ତି ମୁଁ ସେହି ଚା’ କୁ ଭୁଲିବି ନାହିଁ ଯାହା ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି ସାଙ୍ଗ ହୋଇ ପିଇଥିଲୁ । କାରଣ ମୋଦୀଜି UPI ଦ୍ୱାରା ଏହାର ପେମେଣ୍ଟ କରିଥିଲେ । ମାକ୍ରୋନ୍ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି କି ଭାରତର ଗଣତନ୍ତ୍ର ସମାରୋହରେ ଭାଗ ନେଇ ସେ ନିଜକୁ ବେଶ୍ ସମ୍ମାନିତ ମନେ କରୁଛି ଓ ଏହା ଭାରତ ଓ ଫ୍ରାନ୍ସ ମଧ୍ୟରେ ସଂପର୍କକୁ ଆହୁରି ମଜଭୁତ କରିବ । ସେ କହିଛନ୍ତି ଏବେ ଲାଗୁଛି କି ଆମେ କେବେ ବି ଅଲଗା ହୋଇ ରହିପାରିବୁ ନାହିଁ । ଫ୍ରାନ୍ସ ଭାରତ UPI ଆପଣାଇବାରେ ଗଭୀର ଆଗ୍ରହ ପ୍ରକାଶ କରିଛି । ଜୁଲାଇରେ ଫ୍ରାନ୍ସ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଭାରତ ଓ ଫ୍ରାନ୍ସ UPI ପେମେଣ୍ଟ ପ୍ରକ୍ରିୟା ଉପଯୋଗ କରିବାକୁ ସହମତ ହୋଇଛନ୍ତି ଯାହା ପ୍ରତିଷ୍ଠିତ ଏଫିଲ ଟାୱାରରେ ଆରମ୍ଭ ହେବ ଓ ଫ୍ରାନ୍ସରେ ଭାରତୀୟ ପର୍ଯ୍ୟଟକ ଏବେ ଟଙ୍କାରେ ଭରଣା କରିପାରିବେ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NCPI) ର ଅନ୍ତଃରାଷ୍ଟ୍ରୀୟ ଶାଖା UPI ଓ ଟଙ୍କାକୁ ସ୍ୱୀକାର କରିବା ଲାଗି ଫ୍ରାନ୍ସର ଲାୟରା ନେଟୱାର୍କ ସହିତ ଏକ ବୁଝାମଣା MOU ଉପରେ ହସ୍ତାକ୍ଷର କରିଛି ।

Get real time updates directly on you device, subscribe now.