fbpx

୨ ଦିନରେ ୨ ଟ୍ରିପଲ ସେଞ୍ଚୁରୀ: ତନ୍ମୟଙ୍କ ପରେ ରେକର୍ଡ ଭାଙ୍ଗିଲେ ଧୋନୀଙ୍କ ସାଥୀ ଖେଳାଳି

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ରେକର୍ଡ ବର୍ଷା ହେବା ଆରମ୍ଭ ହୋଇଯାଇଛି । ପ୍ରତିଦିନ ବିଶାଳ ରେକର୍ଡ ନିଜ ନାମରେ କରୁଛନ୍ତି ଷ୍ଟାର କ୍ରିକେଟର । ୨ ଦିନ ତଳେ ହାଇଦ୍ରାବାଦ ଷ୍ଟାର ଓପନର ତନ୍ମୟ ଅଗ୍ରୱାଲ ବିସ୍ଫୋରକ ତ୍ରିଶତକ ହାସଲ କରିଥିବା ବେଳେ ଦିନକ ପରେ ଆଉ ଏକ ଟ୍ରିପଲ ସେଞ୍ଚୁରୀ ହାସଲ କରିଛନ୍ତି ଅନ୍ୟ ଜଣେ ଷ୍ଟାର ବ୍ୟାଟର । ଆଇପିଏଲରେ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ କ୍ରିକେଟର ଏହି କାରନାମା ନିଜ ନାମରେ କରିଛନ୍ତି । ୨୩ଟି ଚୌକା ଏବଂ ୫ଟି ଛକା ସହ ଏହି ତ୍ରିଶତକ ହାସଲ କରିଛନ୍ତି ତାମିଲନାଡୁର ୱିକେଟ କିପର ବ୍ୟାଟ୍ସମ୍ୟାନ ନାରାୟଣ ଜଗଦୀଶନ୍ ।

ଚଣ୍ଡୀଗଡ଼ ବିପକ୍ଷ ରଣଜୀ ମ୍ୟାଚରେ ପୁଣି ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ଷ୍ଟାର ନାରାୟଣ ଜଗଦୀଶନ୍ । ୧୦୮ ରନରେ ଅପରାଜିତ ରହି ଆଜି ଦିନର ଆରମ୍ଭ କରିଥିବା ଜଗଦୀଶନ୍ ୪୦୩ ବଲରେ ୨୩ ଚୌକା ଏବଂ ୫ଟି ଛକା ସହ ୩୨୧ ରନ୍ ସଂଗ୍ରହ କରିଛନ୍ତି । ଜଗଦୀଶନଙ୍କ ଏହି ବିସ୍ଫୋରକ ଇନିଂସ ବଳରେ ତାମିଲନାଡୁ ବର୍ତ୍ତମାନ ଚଣ୍ଡୀଗଡ଼ ଉପରେ ଭାରୀ ପଡ଼ିଛି । ଗତ ମ୍ୟାଚରେ ମଧ୍ୟ ଜଗଦୀଶନଙ୍କ ବ୍ୟାଟରୁ ଏକ ଦମଦାର ଇନିଂସ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ସେ ଏକ ଡବଲ ସେଞ୍ଚୁରୀ ହାସଲ କରିଥିବା ବେଳେ ଚଣ୍ଡୀଗଡ଼ ବିପକ୍ଷରେ ଟ୍ରିପଲ ସେଞ୍ଚୁରୀ ମାରି ଖୁବ ଚର୍ଚ୍ଚାରେ ରହିଛନ୍ତି ।

ତେବେ ଜଗଦୀଶନଙ୍କ ବ୍ୟତୀତ ଏହି ମ୍ୟାଚରେ ତାମିଲନାଡୁର ପ୍ରଦୋଷ ରଞ୍ଜନ ପାଲ(୧୦୫) ଏବଂ ବାବା ଇନ୍ଦ୍ରଜିତ(୧୨୩) ମଧ୍ୟ ଦମଦାର ଶତକୀୟ ପାଳି ଖେଳିଛନ୍ତି । ଏହି ୩ଟି ଇନିଂସ ବଳରେ ତାମିଲନାଡୁ ଚଣ୍ଡୀଗଡ଼ ବିପକ୍ଷରେ ୬୧୦ ରନର ଏକ ବିଶାଳ ସ୍କୋରରେ ପାଳି ଘୋଷଣା କରିଛି । ତେବେ ଏହାକୁ ପିଛା କରି ଚଣ୍ଡୀଗଡ଼ ମାତ୍ର ୧୧୧ ରନ କରି ଅଲଆଉଟ ହୋଇଯାଇଛି । ତେଣୁ ତାମିଲନାଡୁ ବର୍ତ୍ତମାନ ମଧ୍ୟ ଚଣ୍ଡୀଗଡ଼ ବିପକ୍ଷରେ ୪୯୯ ରନରେ ଅଗ୍ରଣୀ ରହିଛି ।

Get real time updates directly on you device, subscribe now.