fbpx
BSKY SKY
BSKY SKY

ଏଭଳି ଅଭ୍ୟାସ ଥିଲେ ଆପଣ ଡିପ୍ରେସନର ଶିକାର ହୋଇପାରନ୍ତି, ଜାଣନ୍ତୁ କ’ଣ…

BSKY

ଓଡ଼ିଶା ଭାସ୍କର: ଷ୍ଟ୍ରେସ୍ ଏବଂ ଡିପ୍ରେସନ୍ ଏକ ପ୍ରକାର ମାନସିକ ରୋଗ । ଏହା ବ୍ୟକ୍ତିର ସ୍ମରଣ ଶକ୍ତି, ଏକାଗ୍ରତା ଏବଂ ଦୈନନ୍ଦିନ ଜୀବନଶୈଳୀ ଉପରେ ପ୍ରଭାବ ପକାଇଥାଏ । ତେବେ ଏହି ଡିପ୍ରେସନ୍ କାରଣରୁ ବ୍ୟକ୍ତିର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ଯଦି ଡିପ୍ରେସନ ଭଳି ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଏହି ଅଭ୍ୟାସଗୁଡ଼ିକୁ ତୁରନ୍ତ ଛାଡ଼ି ଦିଅନ୍ତୁ:

୧. ଅଧିକାଂଶ ସମୟରେ ଦେଖାଯାଏ ଯେ ବ୍ୟକ୍ତି ଜଣଙ୍କ ଡିପ୍ରେସନରେ ଥିଲେ ନିଜ ବିଷୟରେ ନକାରାତ୍ମକ ଚିନ୍ତା କରିଥାଏ । ସେ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରିଥାଏ । ଫଳରେ ନିଜ ଭିତରେ ଥିବା ଦକ୍ଷତାକୁ ଚିହ୍ନି ନ ପାରି ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ । ଏଭଳି ସ୍ଥିତି ମାନସିକ ଓ ଶାରୀରିକ ବିକାଶରେ ବାଧା ସୃଷ୍ଟି କରିଥାଏ ।

୨. ସବୁବେଳେ ଚିନ୍ତାଗ୍ରସ୍ତ ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଅନିଦ୍ରତା ସମସ୍ୟା ଦେଖାଦେଇଥାଏ । ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ମସ୍ତିଷ୍କକୁ ଶାନ୍ତ ରଖିବା ସହ କାର୍ଯ୍ୟ କ୍ଷମତାର ସଠିକ୍ ସଞ୍ଚାଳନ ପାଇଁ ୮ ଘଣ୍ଟାର ନିଦ୍ରା ଆବଶ୍ୟକ ହୋଇଥାଏ ।

୩. ଡିପ୍ରେସନର ଶିକାର ହୋଇଥିବା ବ୍ୟକ୍ତି ସବୁବେଳେ ନିଜକୁ ଅନ୍ୟ ଲୋକଙ୍କ ଠାରୁ ଦୂରେଇ ରଖିଥାଏ । ଏହା ମସ୍ତିଷ୍କ ଉପରେ ଚାପ ପକାଇଥାଏ । ତେଣୁ ଏକଲାପଣରୁ ଦୂରେଇ ରହିବା ପାଇଁ ପରିବାର ଓ ସାଙ୍ଗସାଥିଙ୍କ ସହ କଥାବାର୍ତ୍ତା କରନ୍ତୁ, କ୍ୟୁାଲିଟି ଟାଇମ୍ ବିତାନ୍ତୁ, ବୁଲିବା ପାଇଁ ଯା’ନ୍ତୁ । ଏହା ଦ୍ୱାରା ମନ ପରିବର୍ତ୍ତନ ହୋଇଥାଏ ।

୪. ଡିପ୍ରେସନରେ ଥିବା ବ୍ୟକ୍ତି ସବୁବେଳେ ଗୁମସୁମ୍ ରହିଥାଏ । ଫଳରେ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ । ଏଭଳି ସ୍ଥିିତିରେ ବ୍ୟାୟାମ, ଯୋଗ, କ୍ରୀଡ଼ା ଇତ୍ୟାଦି ଭଳି ଶାରୀରିକ ଗତିବିଧି କରିବା ଉଚିତ । ଏହା ଦ୍ୱାରା ଷ୍ଟ୍ରେସ୍ କମ୍ ହେବା ସହ ମୁଡ୍ ଭଲ ରହିଥାଏ । ଆପଣ ଚାହିଁଲେ ମର୍ଣ୍ଣିଂ ୱାକ୍ ବା ଇଭିନିଂ ୱାକ୍ କରିପାରିବେ ।

୫. ଡ୍ରିପ୍ରେସନରେ ଥିବା ବ୍ୟକ୍ତି ନିଜ ବିଷୟରେ ଚିନ୍ତା କରିବା ଭୁଲିଯାଏ । ଫାଷ୍ଟଫୁଡ୍ ସେବନ ଅଧିକ କରିଥାଏ ଯାହା ଅସ୍ୱାସ୍ଥ୍ୟକର ଅଟେ । ଏଭଳି ସ୍ଥିତିରେ ନିଜ ଉପରେ ଅଧିକ ଫୋକସ୍ କରନ୍ତୁ । ନିଜ ପସନ୍ଦର କାର୍ଯ୍ୟ କରନ୍ତୁ, ସକାରାତ୍ମକ ଚିନ୍ତା କରନ୍ତୁ । ଏହା ଦ୍ୱାରା ହ୍ୟାପି ହରମୋନ୍ସ ନିର୍ଗତ ହୋଇଥାଏ ।

୬. ସୋସିଆଲ ମିଡ଼ିଆର ଅଧିକ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ମସ୍ତିଷ୍କକୁ ସବୁବେଳେ ବିଚଳିତ ରଖିଥାଏ । ଫଳରେ ଆପଣ ଚିନ୍ତାଗ୍ରସ୍ତ ରହିଥାନ୍ତି । ତେଣୁ ସ୍କ୍ରିନ୍ ଟାଇମ୍ ପ୍ରତି ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.