fbpx

ଭାରତକୁ ଆଉ ଏକ ଝଟକା, ୨ୟ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି ଏହି ଖେଳାଳି…

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ଲଜ୍ଜ୍ୟାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହା ପରେ ଭାରତକୁ ଆଉ ଏକ ଝଟକା ଲାଗିଛି । ଏଭଳି ସ୍ଥିତିରେ ବିଶାଖାପାଟଣାରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି ରବିନ୍ଦ୍ର ଜାଡ଼େଜା ।

ରିପୋର୍ଟରୁ ପ୍ରକାଶ ଯେ ପ୍ରଥମ ଟେଷ୍ଟ ସମୟରେ ରବିନ୍ଦ୍ର ଜାଡ଼େଜାଙ୍କ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରେ ବେନ୍ ଷ୍ଟୋକ୍ସଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ । ଏହା ପରେ ତାଙ୍କ ସ୍କାନିଂ ରିପୋର୍ଟ ହାଇଦ୍ରାବାଦରୁ ମୁମ୍ବାଇ ପଠାଯାଇଛି । ସୋମବାର ଏହାର ରିପୋର୍ଟ ଆସିବା ପରେ ନିର୍ଣ୍ଣୟ ହେବ ଯେ ଜାଡ଼େଜା ଦ୍ୱିତୀୟ ମ୍ୟାଚରେ ଖେଳି ପାରିବେ ନା ନାହିଁ । ଭାରତୀୟ ଦଳର କୋଚ୍ ରାହୁଲ ଦ୍ରାବିଡ଼ ଜାଡ଼େଜାଙ୍କ ଫିଟନେସ୍ ଉପରେ କହିଛନ୍ତି, ‘ସତ କହିବାକୁ ଗଲେ ମୋତେ ଏପର୍ଯ୍ୟନ୍ତ ଫିଜିଓ ସହ କଥା ହେବାକୁ ମୌକା ମିଳିନାହିଁ । ମୁଁ ଫେରିଲେ ତାଙ୍କ ସହ ଦେଖା ହୋଇ ପ୍ରକୃତ ମାମଲା ବିଷୟରେ କଥାବାର୍ତ୍ତା କରିବି ।’ କହିରଖୁଛୁ ଯଦି ଜାଡ଼ଜା ମ୍ୟାଚରୁ ବାଦ୍ ପଡ଼ିବେ ତେବେ ଏହା ଦଳ ଉପରେ ପ୍ରଭାବ ପକାଇପାରେ ।

Get real time updates directly on you device, subscribe now.