fbpx

ଭାରତ ଆସିବେ ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡେଲା, AI ଷ୍ଟାର୍ଟଅପ୍ ପାଇଁ ଭଲ ସୁଯୋଗ !

ନୂଆଦିଲ୍ଲୀ: ୨୦୨୪ ହେଉଛି ଏଆଇର ବର୍ଷ, ଏହି ବର୍ଷ ଭାରତରେ ଅନେକ ନୂଆ ଏଆଇ ଷ୍ଟାର୍ଟଅପ୍ ଆରମ୍ଭ ହେବାକୁ ଯାଉଛି । ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡେଲା ନିଜର ବାର୍ଷିକ ଭାରତ ଯାତ୍ରା ପାଇଁ ଆସିବାକୁ ଯାଉଛନ୍ତି । ଫେବୃଆରୀ ୭ ଏବଂ ୮ ରେ ଭାରତ ଗସ୍ତ ସମୟରେ ସେ ସମସ୍ତ ଏଆଇ ଷ୍ଟାର୍ଟଅପ୍ ସହ ଭେଟିବାକୁ ଯାଉଛନ୍ତି ।

୨୦୨୪ ପାଇଁ ସେ ଏଆଇ ଓ ଏଥିରୁ ମିଳୁଥିବା ସୁଯୋଗ ବାଛିସାରିଛନ୍ତି । ମାଇକ୍ରୋସଫ୍ଟ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ ପ୍ରେସିଡେଣ୍ଟ ପୁନିତ୍ ଚନ୍ଦୋକ କହିଛନ୍ତି ଯେ ମାଇକ୍ରୋସଫ୍ଟ ଇଣ୍ଡିଆ ଭାରତରେ ନୂଆ ଟେକ୍ନୋଲୋଜିର ବିକାଶକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ।

୨୦୨୩ ରେ ପିଏମ ମୋଦୀ ଗୁଗୁଲ ଏବଂ ମାଇକ୍ରୋସଫ୍ଟର ସିଇଓଙ୍କୁ ଭେଟିଥିଲେ :-

ପୁନିତ୍ ଚନ୍ଦୋକଙ୍କ ଏକ ଇଣ୍ଟରନାଲ ମେଲରେ ଏହା ଲେଖାଯାଇଛି ଯେ, ଭାରତର ବୈଷୟିକ ଦଶନ୍ଧିରେ ଏଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆଗାମୀ ସମୟରେ, ଭାରତ ଏବଂ ଦକ୍ଷିଣ ଏସିଆ ଟେକ୍ନୋଲୋଜି ପାଇଁ ବହୁତ ଭଲ ବଜାର ହୋଇଯିବ । ତେବେ ୨୦୨୩ ମସିହାରେ ତାଙ୍କର ଆମେରିକା ଗସ୍ତ ସମୟରେ ପିଏମ ମୋଦୀ ଆପଲରୁ ଟିମ କୁକ, ଗୁଗୁଲରୁ ସୁନ୍ଦର ପିଚାଇ ଏବଂ ସତ୍ୟା ନଡେଲାଙ୍କୁ ଭେଟିଥିଲେ । ଏହି ପ୍ରସଙ୍ଗରେ ନଡେଲାଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଥିଲା । ଟେକ୍ନୋଲୋଜିର ଶକ୍ତି ଏବଂ ଭାରତର ଏଆଇ ସମ୍ଭାବନା ବିଷୟରେ ମଧ୍ୟ ଏହି ବିବୃତ୍ତିରେ ଆଲୋଚନା କରାଯାଇଥିଲା ।

Get real time updates directly on you device, subscribe now.