ଭାରତୀୟ ରେଲୱେ ନିଯୁକ୍ତି ବୋର୍ଡ ପ୍ରାର୍ଥୀଙ୍କୁ ଦେଲା ବଡ ଆଶ୍ୱସ୍ତି, ଏହି ପଦବୀ ନିମନ୍ତେ ବୟସ ସୀମା ବୃଦ୍ଧି

ନୂଆଦିଲ୍ଲୀ: ରେଲୱେରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲାଗି ବଡ ଖବର । ଭାରତୀୟ ରେଲୱେ ନିଯୁକ୍ତି ବୋର୍ଡ ଏ କ୍ଷେତ୍ରରେ ପ୍ରାର୍ଥୀଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ ସ୍ୱରୂପ ବୟସସୀମା ବୃଦ୍ଧି କରିଛି । ଏହାକୁ ନେଇ ରେଲୱେ ପକ୍ଷରୁ ଏକ ନୋଟିସ ବି ପ୍ରକାଶ ପାଇଛି । ରେଲୱେ ପକ୍ଷରୁ କୁହାଯାଇଛି କରୋନା ମହାମାରୀ କାରଣରୁ ଓଭରଏଜ୍ ହୋଇଯାଇଥିବା ପ୍ରାର୍ଥୀଙ୍କୁ ଏହି ନିଯୁକ୍ତି ପ୍ରକ୍ରିୟାରେ ଆଶ୍ୱସ୍ତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରାର୍ଥୀଙ୍କ ଆୟୁ ସୀମା ୩ ବର୍ଷ ବୃଦ୍ଧି କରାଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ବିଭିନ୍ନ

ରାଜ୍ୟରେ ରେଲୱେରେ ନିଯୁକ୍ତିକୁ ନେଇ ପ୍ରାର୍ଥୀମାନେ ଆନ୍ଦୋଳନ କରି ସିଟ୍ ଓ ଆୟୁସୀମା ବୃଦ୍ଧି କରିବାକୁ ଦାବୀ କରିଥିଲେ ।
ରେଲୱେ ପକ୍ଷରୁ ଏହାର ବିଜ୍ଞପ୍ତିରେ କୁହାଯାଇଛି କି ଏବେ ୧୮ରୁ ୩୩ ବର୍ଷ ମଧ୍ୟରେ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ । ଆହୁରି ମଧ୍ୟ ରେଳ ମନ୍ତ୍ରଣାଳୟ କହିଛି କି କରୋନା ମହାମାରୀ କାରଣରୁ ଯେଉଁ ପ୍ରାର୍ଥୀଙ୍କ ଓଭରଏଜ୍ ହୋଇଯାଇଛି କିମ୍ବା ଏହି ନିଯୁକ୍ତି ପ୍ରକ୍ରିୟାରେ ଯୋଗ ଦେଇ ପାରିନାହାନ୍ତି ଏପରି ପ୍ରାର୍ଥୀଙ୍କ ଲାଗି ବୟସ ସୀମା ୩ ବର୍ଷ କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ନୋଟିସରେ କୁହାଯାଇଛି କି ବୟସର ଗଣନା ୧ ଜୁଲାଇ ୨୦୨୪ରୁ ହେବ । ନୂତନ ବୟସ ସୀମାର ପ୍ରାର୍ଥୀ ଏବେ ୩୧ ଜାନୁୟାରୀ ୨୦୨୪ରୁ ଏହି ପଦ ଲାଗି ଅନଲାଇନରେ ଆବେଦନ କରିପାରିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ରେଲୱେ ନିଯୁକ୍ତି ବୋର୍ଡ ପକ୍ଷରୁ ଆସିଷ୍ଟାଣ୍ଟ ଲୋକୋପାଇଲଟ୍ କ୍ଷେତ୍ରରେ ୫୬୯୬ ପଦ ଲାଗି ୨୦ ଜାନୁୟାରୀ ୨୦୨୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ନିଯୁକ୍ତି ଲାଗି ଆବେଦନ କରିବାର ଶେଷ ତାରିଖ ରହିଛି ୧୯ ଫେବୃୟାରୀ ୨୦୨୪ ।