fbpx

ସଡ଼କ ଦୁର୍ଘଟଣାରେ ପୂର୍ବତନ ସାଂସଦ ମନଭେନ୍ଦ୍ର ସିଂ ଆହତ, ପତ୍ନୀଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାର ଜିଲ୍ଲାର ନାଉଗାଓଁ ପୋଲିସ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଜୟପୁର ପୂର୍ବତନ ବର୍ମର ସାଂସଦ ମନଭେନ୍ଦ୍ର ସିଂ ଜସୋଲ ଏବଂ ତାଙ୍କ ପୁଅ ଆହତ ହୋଇଥିବାବେଳେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି । ପୋଲିସ କହିଛି ଯେ ଦିଲ୍ଲୀରୁ ଜୟପୁରକୁ ଆସୁଥିବା ସିଂଙ୍କ କାର (ଏସୟୁଭି) ନାଉଗାଓଁ ନିକଟରେ ଥିବା ଏକ ବ୍ରିଜର କାନ୍ଥରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ଥିବା ସମସ୍ତ ଲୋକ ଆହତ ହୋଇଥିଲେ ।

ପୋଲିସର ସୂଚନାନୁସାରେ, ଆହତମାନଙ୍କୁ ଅଲୱାରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ମନଭେନ୍ଦ୍ର ସିଂ ହେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜସୱନ୍ତ ସିଂଙ୍କ ପୁଅ ।

ସୋଲାନକି ହସ୍ପିଟାଲର ଡାକ୍ତର ବିକ୍ରାନ୍ତ କହିଛନ୍ତି ଯେ, ମନଭେନ୍ଦ୍ର ସିଂଙ୍କ ପତ୍ନୀ ଚିତ୍ରା ସିଂଙ୍କୁ ମୃତ ଘୋଷଣା କରାଯାଇଛି । ମନଭେନ୍ଦ୍ର ସିଂ ଏବଂ ତାଙ୍କ ପୁଅ ହମିର ସିଂ ଚିକିତ୍ସିତ ହେଉଛନ୍ତି । ପୋଲିସର ସୂଚନାନୁସାରେ ମନଭେନ୍ଦ୍ର ସିଂଙ୍କ ପରିବାର ସଦସ୍ୟଙ୍କୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।

ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ‘ଏକ୍ସ’ରେ ଲେଖିଛନ୍ତି, “ସଡ଼କ ଦୁର୍ଘଟଣାରେ ମନଭେନ୍ଦ୍ର ସିଂ ଜସୋଲଙ୍କ ପତ୍ନୀ ଚିତ୍ରା ସିଂଙ୍କ ଦେହାନ୍ତ ଖବର ଦୁଃଖଦାୟକ । ମୁଁ ତାଙ୍କ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ।’ ସେ ଲେଖିଛନ୍ତି ଯେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ମନଭେନ୍ଦ୍ର ସିଂ ଜସୋଲ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ।’

Get real time updates directly on you device, subscribe now.