fbpx

ଆପଣଙ୍କ ଘରେ ଏହି ୩ଟି ଜୀବ ଦେଇଥାନ୍ତି ଶୁଭ ସଙ୍କେତ, ଦୂର ହୋଇଥାଏ ଆର୍ଥିକ ସଂକଟ

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ କହିବାନୁଯାୟୀ ବାସ୍ତୁଶାସ୍ତ୍ର ବ୍ୟକ୍ତିର ଜୀବନ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ବାସ୍ତୁ ନିୟମର ପାଳନ କଲେ ବ୍ୟକ୍ତିର ଜୀବନରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ବୃଦ୍ଧି ହୋଇଥାଏ । ସେହିପରି ଏହି ନିୟମ ବିରୋଧରେ ଗଲେ ବ୍ୟକ୍ତି ଜଣଙ୍କୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବେଳେ ବେଳେ ଆମକୁ ଏମିତି ଅନେକ ସଙ୍କେତ ମିଳିଥାଏ ଯାହା ଆମ ଭାଗ୍ୟ ପରିବର୍ତ୍ତନ କରିଥାଏ । ତେବେ ଆସନ୍ତୁ ଜାଣିବା ଏମିତି ୩ଟି ଜୀବ ବିଷୟରେ ଯେଉଁମାନେ ଘରେ ଆସିଲେ ଶୁଭ ସଙ୍କେତ ଦେଇଥାନ୍ତି । ଏହା ଦ୍ୱାରା ଜୀବନରେ କେବେ ଆର୍ଥିକ ସଂକଟ ଦେଖା ଦେଇନଥାଏ ।

୧. କଳା ପିମ୍ପୁଡ଼ି: ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କ ଘରେ କଳା ପିମ୍ପୁଡ଼ି/ ଜନ୍ଦା ଆସିବା ଏକ ଶୁଭ ସଙ୍କେତ । ବିଶେଷ କରି କଳା ପିମ୍ପୁଡ଼ି/ ଜନ୍ଦାମାନେଙ୍କ ସମୂହ ଆସିଲେ ଆପଣଙ୍କ ଭାଗ୍ୟ ଚମକି ଉଠିବ ବୋଲି ଜାଣିବେ । ବିଶ୍ୱାସ ରହିଛି ଯେ କଳା ପିମ୍ପୁଡ଼ିଙ୍କୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚିତ କରାଯାଇଛି । ବିଶ୍ୱାସ ରହିଛି ଯେଉଁ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ସେଠାରେ କେବେ ଅର୍ଥିକ ସଂକଟ ଦେଖାଦେଇନଥାଏ ।

୨. ଝିଟିପିଟି: ଘରେ ଏକା ସହ ୩ଟି ଝିଟିପିଟି ଦେଖିବା ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଧନ ଦେବୀ ମାତା ଲକ୍ଷ୍ମୀ ଶୀଘ୍ର ଆପଣଙ୍କ ଘରେ ପ୍ରବେଶ କରିବେ ।

୩. ଚଢ଼େଇ ବସା: ଆପଣଙ୍କ ଘରର ଛାତ, ତାଜା କିମ୍ବା ଅଗଣାରେ କୌଣସି ପକ୍ଷୀର ବସା ଥିଲେ ନଷ୍ଟ କରନ୍ତୁ ନାହିଁ । ଘରେ ଚଢ଼େଇ ବସା ବାନ୍ଧିବା ଅତ୍ୟନ୍ତ ଶୁଭ ଅଟେ । ଏହା ଦ୍ୱାରା ବ୍ୟକ୍ତିର ଆର୍ଥିକ ସ୍ଥିତିରେ ଶୀଘ୍ର ସୁଧାର ଆସିବାର ସମ୍ଭାବନା ରହିଥାଏ ।

Get real time updates directly on you device, subscribe now.