fbpx

ଶସ୍ତା ହେବ ସ୍ମାର୍ଟଫୋନ୍ ! ବଜେଟ୍ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦ ଭବନରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ମୋଦୀ ସରକାର ସାଧାରଣ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି ଯାହା ସେମାନଙ୍କ ପାଇଁ ଲାଭଦାୟକ ହେବ । ଏହା ସହ ମୋବାଇଲ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାରୁ ମୋବାଇଲ ଫୋନ ମୂଲ୍ୟରେ ହ୍ରାସ ହେବା ନେଇ ସମ୍ଭାବନା ରହିଛି ।

ରିପୋର୍ଟ ଅନୁଯାୟୀ ମୋଦୀ ସରକାର ବଜେଟ ଅଧିବେଶନ ପୂର୍ବରୁ ମୋବାଇଲ ପାର୍ଟ୍‌ସର ଆମଦାନୀ ଶୁଳ୍କ(Import Duty)କୁ ହ୍ରାସ କରିଛନ୍ତି । ମୋବାଇଲ ପାର୍ଟ୍‌ସ ଉପରେ ଅମଦାନୀ ଶୁଳ୍କ ୧୫%ରୁ ୧୦%କୁ ହ୍ରାସ କରାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ମୋବାଇଲ ଫୋନ୍ ଉତ୍ପାଦନର ମୂଲ୍ୟ ହ୍ରାସ ହେବ ଏବଂ କମ୍ପାନୀ ମୋବାଇଲ ଫୋନ ମୂଲ୍ୟ ହ୍ରାସ କରିପାରେ ଅର୍ଥାତ ମୋବାଇଲ ଫୋନ୍ ଶସ୍ତା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.