fbpx

ପ୍ରଥମ ରାତିରେ ଏପରି କ’ଣ ହେଲା ଯେ ଫେରାର ହୋଇଗଲେ ୨ ପତ୍ନୀ, ୩ୟ ପତ୍ନୀଙ୍କ ସହ କଲେ ଏପରି କିଛି ଯେ ଯିବାକୁ ପଡିଲା ଜେଲ୍

ବେଙ୍ଗାଲୁର: କର୍ଣ୍ଣାଟକରୁ ଜଣେ ସ୍ୱାମୀଙ୍କ ଏପରି ସ୍ୱରୂପ ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣ ମୁହୂର୍ତ୍ତକ ଲାଗି ସ୍ତବ୍ଧ ହୋଇଯିବେ । ଏହି ସ୍ୱାମୀ ଜଣକ ନିଜ ପତ୍ନୀଙ୍କୁ ୧୨ବର୍ଷ ପର୍ଯ୍ୟନ୍ତ ଗୋଟିଏ ଘରେ ବନ୍ଦୀ କରି ରଖିଥିଲେ । ଏହି ଘଟଣା କର୍ଣ୍ଣାଟକ ମୈସୁର ଜିଲ୍ଲା ହିରେଗେ ଗ୍ରାମର । ଏହି ଗ୍ରାମର ଜଣେ ବ୍ୟକ୍ତିନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ଘରେ ନଜରବନ୍ଦୀ ଅବସ୍ଥାରେ ରଖିଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ବୁଧବାର ରାତିରେ ତାଙ୍କ ଘର ଉପରେ ଚଢଉ କରିଥିଲେ ଓ ପୀଡିତା ସୁମାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସନ୍ନାଲେୟାଙ୍କୁ ଗିରଫ କରିଛି ।

ତେବେ ଘଟଣାର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି ସୁମା ଅଭିଯୁକ୍ତର ତୃତୀୟ ପତ୍ନୀ । ବିବାହ ପରଠାରୁ ହିଁ ସେ ତାଙ୍କ ଉପରେ ସନ୍ଦେହ କରି ଆସୁଥିଲା । ବିବାହର ପ୍ରଥମ ସପ୍ତାହରେ ସେ ତାଙ୍କୁ ଘରର ଗୋଟିଏ ରୁମ୍‌଼୍‌ରେ ବନ୍ଦ କରି ରଖିଥିଲା । ତେବେ ସୁମାଙ୍କ ପୂର୍ବରୁ ଅଭିଯୁକ୍ତ ୨ ମହିଳାଙ୍କୁ ବିବାହ କରିଥିଲା । କିନ୍ତୁ ସେମାନେ ତା’ର ନିର୍ଯ୍ୟାତନା ସହି ନ ପାରି ତାକୁ ଛାଡି ଚାଲି ଯାଇଥିଲେ । ସୁମାଙ୍କୁ ଅଭିଯୁକ୍ତ ଘରେ ବନ୍ଦ କରି ଦ୍ୱାରରେ ୩ଟି ତାଲା ପକାଇ ଦେଇଥିଲା ଓ ତାଙ୍କୁ କାହାସହ କଥା ନ ହେବା ପାଇଁ ଚେତାବନୀ ଦେଇଥିଲା । ଏପରିକି ସେ ତାଙ୍କୁ ଘର ବାହାରେ ଥିବା ଶୌଚାଳୟ ବ୍ୟବହାର କରିବାକୁ ବି ମନା କରିଥିଲା । ଅଭିଯୁକ୍ତ ଘର ଭିତରେ ଏକ ବାଲଟି ରଖିଦେଇଥିଲା ଓ ସେଥିରେ ସୁମା ଶୌଚ କରୁଥିଲେ । ଅଭିଯୁକ୍ତ ଏହାକୁ ନିଜେ ପରିଷ୍କାର କରୁଥିଲା । ପୀଡିତାଙ୍କ ଜଣେ ସଂପର୍କୀୟ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ।

ପୀଡିତାଙ୍କ ମା’ ମାମଲାର ସମାଧାନ ପାଇଁ ସ୍ଥାନୀୟ ନେତାଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଅଭିଯୁକ୍ତ କୌଣସି କଥା ଶୁଣି ନ ଥିଲେ ଓ ନିଜର କ୍ରୁରତା ଜାରି ରଖିଥିଲେ । ଅଭିଯୁକ୍ତଙ୍କ ଠାରୁ ପୀଡିତାଙ୍କ ୨ଟି ସନ୍ତାନ ବି ରହିଛନ୍ତି ଯେଉଁମାନଙ୍କୁ ଏବେ ସେମାନଙ୍କ ଅଜା ଆଇଙ୍କ ଘରକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.