fbpx

(Video)ପିଲା ତଳେ ପଡ଼ିଗଲାଣି ହେଲେ ମା’ ରିଲ୍ସରେ ବ୍ୟସ୍ତ, ଏମାନଙ୍କୁ କ’ଣ କହିବ!

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆର ଜମାନାରେ ସମସ୍ତଙ୍କୁ ଫେମସ୍ ହେବାର ଅଜବ ନିଶା ଘାରିଛି । ପିଲାଠୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତେ ଇନଷ୍ଟାଗ୍ରାମରେ ରିଲ୍ ବନାଇ ଫେମସ୍ ହେବା ଲକ୍ଷ୍ୟରେ ରହୁଛନ୍ତି। ଆଉ ରିଲ୍ସ ବନାଇ ଲାଇକ୍ ଓ କମେଣ୍ଟ ହାସଲ କରିବା ପାଇଁ ସେମାନେ କିଛି ବି କରିବାକୁ ପଛାଉନାହାନ୍ତି। ଅନେକ ଜଣ ଫେମସ ହେବାର ଏହି ଦୌଡରେ ନିଜ ପରିବାର ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ ଭୁଲି ଯାଉଛନ୍ତି। ତେବେ ନିକଟରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି, ଯାହା ଆପଣ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ।

ଉକ୍ତ ଭାଇରାଲ ଭିଡିଓରେ, ଜଣେ ମହିଳା ବିମାନବନ୍ଦରରେ ଜବରଦସ୍ତ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ସହିତ ଆସୁଥିବା ଶିଶୁ ଜଣକ ଝୁଣ୍ଟି ପଡ଼ି ଚଟାଣରେ ପଡ଼ି ଯାଉଛନ୍ତି। କିନ୍ତୁ ମା’ ତାଙ୍କ ରିଲ୍ଦ କରିବାରେ ବ୍ୟସ୍ତ ଅଛନ୍ତି। ଆଉ ଆଶର୍ଯ୍ୟର କଥା ଯେ, ଶିଶୁଟି ତଳେ ପଡ଼ିଯାଇଥିବା ବେଳେ ମା’ ତାହା ମଧ୍ୟ ଆଦୌ ଜାଣିପାରୁ ନାହାନ୍ତି।

ଏଠାରେ କହି ରଖୁଛୁ ଯେ, ରିଲ୍ସ ନିଶା ଯୋଗୁଁ ଅନେକ ଜଣ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ଅନେକ ଜଣ ସାରା ଜୀବନ ପାଇଁ ଅକ୍ଷମ ମଧ୍ୟ ହୋଇଯାଉଛନ୍ତି। ତେଣୁ ରିଲ୍ସ କରିବା ସମୟରେ ସତର୍କ ରହିବାକୁ ବାରମ୍ବାର ପରାମର୍ଶ ଦିଆଯାଉଛି। କିନ୍ତୁ ତଥାପି ବି କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି, ଯାହା ଏକ ଚିନ୍ତାର ବିଷୟ।

Get real time updates directly on you device, subscribe now.