fbpx

(Video) ଓଡ଼ିଶାକୁ ମିଳିଲା ୭୦ ହଜାର କୋଟି ଟଙ୍କାର ଉପହାର… ସାରା ରାଜ୍ୟରେ ମୋଦୀ ଲହର

ସମ୍ବଲପୁର: ଦୀର୍ଘ ଦିନ ପରେ ଓଡ଼ିଶା-ସମ୍ବଲପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଠାରେ ପହଞ୍ଚି ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୋଦୀ ଓଡ଼ିଶାକୁ ଏକ ବଡ଼ ଉପହାର ଭେଟି ଦେଇଛନ୍ତି । ରାଜ୍ୟର ବିକାଶ ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିବସ ବୋଲି ମୋଦୀ ପ୍ରକାଶ କରିଛନ୍ତି । ସାରା ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଏବଂ ବିକାଶାଭିମୁଖୀ କାର୍ଯ୍ୟ ପାଇଁ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ସମର୍ପଣ ହୋଇଥିବା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ପ୍ରଧାନମନ୍ତ୍ରୀ ମୋଦୀ ସମ୍ବଲପୁରରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ସେ କହିଛନ୍ତି ଯେ, ଆମେ ସମସ୍ତେ ମିଶି ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବା । ଯେବେ ଭାରତର ସମସ୍ତ ରାଜ୍ୟ ବିକଶିତ ହେବ, ତେବେ ଭାରତ ମଧ୍ୟ ବିକଶିତ ହୋଇପାରିବ । ଏଥିପାଇଁ ଗତ ୧୦ ବର୍ଷରୁ ଓଡ଼ିଶାକୁ ବିଭିନ୍ନ ପ୍ରକାରର ସମର୍ଥନ ଯୋଗାଇ ଦିଆଯାଇଛି । ତେବେ ରାଜ୍ୟର ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସାହାଯ୍ୟ ଏବଂ ପ୍ରୟାସରେ ଓଡ଼ିଶା ପେଟ୍ରୋଲିୟମ ତଥା ପେଟ୍ରୋ ରସାୟନ କ୍ଷେତ୍ରରେ ବିକାଶର ଶିଖର ଛୁଇଁଛି । ଗତ ୧୦ ବର୍ଷରେ ଓଡ଼ିଶାରେ ପେଟ୍ରୋ ରସାୟନ କ୍ଷେତ୍ରରେ ୧.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି ।

ସମ୍ବଲପୁର ଆଇଆଇଏମରେ ୪୦୦ କୋଟି ଟଙ୍କାର ସ୍ଥାୟୀ ପରିସରର ଉଦଘାଟନ କରିବା ସହ ଶକ୍ତି, ସଡ଼କ ଓ ରେଲୱେ ଭଳି ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ଆଇଆଇଏମ ପରିସରର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପୁରୀ-ସୋନେପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ସେ ସବୁଜ ସଂକେତ ଦେଇଛନ୍ତି । ଏହାବ୍ୟତୀତ ମୋଦୀ ଝାରସୁଗୁଡ଼ା ପ୍ରଧାନ ଡାକଘର ହେରିଟେଜ ବିଲଡିଂକୁ ମଧ୍ୟ ରାଷ୍ଟ୍ରକୁ ସମର୍ପଣ କରିଛନ୍ତି ।

ସେହିପରି ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଦାମରା ପାଇପଲାଇନ ପ୍ରକଳ୍ପର ୪୧୨ କି.ମି ଲମ୍ବା ଧାମରା-ଅଙ୍ଗୁଳ ପାଇପଲାଇନ ଖଣ୍ଡକୁ ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ‘ପ୍ରଧାନ ମନ୍ତ୍ର ଉର୍ଜା ଗଙ୍ଗା’ ଅଧୀନରେ ପ୍ରାୟ ୨,୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡିଶାକୁ ଜାତୀୟ ଗ୍ୟାସ ଗ୍ରୀଡ ସହିତ ସଂଯୋଗ କରିବ। ଏହି ସମାରୋହରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି ।

Get real time updates directly on you device, subscribe now.