fbpx

ନିଜ ଟଙ୍କା ପଇସାର ସୁରକ୍ଷା ପାଇଁ ପେଟିଏମ୍ ଛାଡି ଅନ୍ୟ ପ୍ଲାଟଫର୍ମ ଆପଣାଅ, କେଟ୍ ଦେଲା ପରାମର୍ଶ

ନୂଆଦିଲ୍ଲୀ: କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍‌) ବ୍ୟବସାୟୀଙ୍କୁ ନିଜ କାରବାର ସମ୍ବନ୍ଧିତ ଦେଣନେଣ ପେଟିଏମ୍ ପରିବର୍ତ୍ତେ ଅନ୍ୟ ପ୍ଲାଟଫର୍ମକୁ ସିଫ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ପେଟିଏମ୍ ୱାଲେଟ୍ ଓ ବ୍ୟାଙ୍କ ପରିଚାଳନା ଉପରେ ରିଜର୍ଭ ବ୍ୟାଙ୍କର ଅଙ୍କୁଶ ପରେ କେଟ୍ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି । କେଟ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ଅଙ୍କୁଶ ପରେ ସାରା ଦେଶରେ ବ୍ୟବସାୟୀ ନିଜ ନିଜ ଟଙ୍କା ପଇସାର ସୁରକ୍ଷା ପାଇଁ ଅନ୍ୟ ପ୍ଲାଟଫର୍ମର ଉପଯୋଗ କରିବା ଉଚିତ ।

କେଟ୍‌ର ରାଷ୍ଟ୍ରୀୟ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ବହୁସଂଖ୍ୟାରେ ଛୋଟ ବ୍ୟବସାୟୀ, ବିକ୍ରେତା, ହକର ଓ ମହିଳା ପେଟିଏମ୍ ମାଧ୍ୟମରେ କାରବାର କରୁଛନ୍ତି । ଆରବିଆଇର ଅଙ୍କୁଶ ପରେ ଏହିମାନଙ୍କ ଆର୍ଥିକ କାରବାରରେ ସମସ୍ୟା ଉପୁଜିପାରେ । ଏଠାରେ ସୂଚାଇ ଦିଆଯାଇପାରେ କି ମନି ଲଣ୍ଡ୍ରିଂ ଓ ପେଟିଏମ୍ ୱାଲେଟ୍ ତଥା ଏହାର ବ୍ୟାଙ୍କିଂ ଶାଖା ମଧ୍ୟରେ ଶହ ଶହ କୋଟି ଟଙ୍କାର ସନ୍ଦିଗ୍ଧ କାରବାର କାରଣରୁ ଆରବିଆଇ ପିପିବିଏଲ୍ ବିରୁଦ୍ଧରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ।

Get real time updates directly on you device, subscribe now.