fbpx

ରାଜ୍ୟରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଅନଲକ-୧ ନେଇ ସୂଚନା ଦେଇ କହିଛନ୍ତି ଯେ ୩୦ଜୁନ ଯାଏଁ ଓଡ଼ିଶାରେ କଟକଣା ଜାରି ରହିବ । ୩୦ଜୁନ ଯାଏଁ କୌଣସି ଧର୍ମସ୍ଥାନରେ ଶ୍ରଦ୍ଧାଳୁଙ୍କୁ ଅନୁମତି ନାହିଁ । ରାଜ୍ୟରେ ୩୦ଜୁନ ଯାଏଁ ସପିଂ ମଲ ଖୋଲିବନି । ସେହିପରି ସିନେମାହଲ, ଜିମ୍, ପାର୍କ,ବାର ମଧ୍ୟ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ସମସ୍ତ ପ୍ରକାର ସମାବେଶ ଉପରେ କଟକଣା ଲାଗୁ ହୋଇଛି । ଓଡ଼ିଶାରେ ନାଇଟ କର୍ଫ୍ୟୁ ଆଗପରି ସନ୍ଧ୍ୟା ୭ଟାରୁ ସକାଳ ୭ଯାଏଁ ରହିବ । ଉଲ୍ଳେଖଯୋଗ୍ୟ କେନ୍ଦ୍ର ସରକାର ଅନଲକ ୧.୦ରେ ରାତି ୯ଟାରୁ ଭୋର ୫ଟା ଯାଏଁ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.