fbpx

ଆପ ନେତା ସଞ୍ଜୟ ସିଂହଙ୍କୁ ବଡ଼ ଝଟକା, ଜାମିନ ଆବେଦନକୁ ପ୍ରତ୍ୟାଖାନ କଲେ ଦିଲ୍ଲୀ ହାଇକୋର୍ଟ

AAKASH

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟୀର ସାଂସଦ ସଞ୍ଜୟ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ ସଞ୍ଜୟ ସିଂହଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜାନୁୟାରୀ ୩୧ ରେ ସଞ୍ଜୟ ସିଂହଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟୀ ନେତା ସଞ୍ଜୟ ସିଂହଙ୍କୁ ଫେବୃଆରୀ 5ରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବଡ଼ ଝଟକା ଲାଗିଥିଲା। ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଟଙ୍କା ହେରଫେର ମାମଲାରେ ରିମାଣ୍ଡରେ ନେଇ ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମାର୍ଚ୍ଚ 5 ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଥିଲେ।

ସୁପ୍ରିମକୋର୍ଟର ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ଦୀପାଙ୍କର ଦତ୍ତାଙ୍କ ବେଞ୍ଚ ଇଡି ପକ୍ଷରୁ ଜାରି କରାଯାଇଥିବା ସଲିସିଟର ଜେନେରାଲ ଏସବି ରାଜୁଙ୍କ ପକ୍ଷରୁ ଏହା ସୂଚୀତ କରାଯିବା ପରେ ମାମଲାକୁ ସ୍ଥଗିତ କରାଯାଇଛି ଯେ, ଦିଲ୍ଲୀ ହାଇକୋର୍ଟ ସିଂହଙ୍କୁ ନିୟମିତ ଜାମିନ ପିଟିସନ ଉପରେ ନିର୍ଦ୍ଦେଶ ୩୧ ଜାନୁଆରୀକୁ ସୁରକ୍ଷିତ ରଖିଥିଲା ।

Get real time updates directly on you device, subscribe now.