fbpx

(Video) ନଦୀ ଭିତରକୁ କେମିତି ଗଲା ରାମଲଲାଙ୍କ ମୂର୍ତ୍ତି! ଖୋଦିତ ହୋଇଛି ଦଶାବତାର ମୂର୍ତ୍ତି

ଓଡ଼ିଶା ଭାସ୍କର: ୫ଶହ ବର୍ଷ ପରେ ଅଯୋଧ୍ୟାରେ ଶେଷ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ରାମଲାଲାଙ୍କ ଦୁର୍ଲଭ ମୂର୍ତ୍ତି ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିଛି । ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାମଲାଲାଙ୍କ ଭଳି ଦିଶୁଥିବା ଆଉ ଏକ ମୂର୍ତ୍ତି ନଦୀ ଭିତରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକର ରାଇଚୁର ଜିଲ୍ଲାର ଏକ ଗାଁରେ କୃଷ୍ଣ ନଦୀରୁ ଭଗବାନ ବିଷ୍ଣୁଙ୍କ ଏକ ପ୍ରାଚୀନ ପ୍ରତିମା ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ମୂର୍ତ୍ତିଟି ବେଶ୍ ପୁରୁଣା ହୋଇଥିବା ବେଳେ ମୂର୍ତ୍ତିର ପଥରେ ଦଶାବତାରଙ୍କୁ ଦେଖିବାକୁ ମିଳିଛି । ମୂର୍ତ୍ତି ସହିତ ଏକ ପ୍ରାଚୀନ ଶିବଲିଙ୍ଗ ମଧ୍ୟ ଉଦ୍ଧାର କରାଯାଇଛି । ସବୁଠୁ ବଡ କଥା ହେଉଛି ଅଯୋଧ୍ୟାରେ ନିର୍ମିତ ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ସହିତ ବିଷ୍ଣୁଙ୍କ ମୂର୍ତ୍ତି ଖୁବ ସମାନ ପରି ଦେଖାଯାଉଛି ।

ରାଇଚୁର ବିଶ୍ୱବିଦ୍ୟାଳୟର ପ୍ରାଚୀନ ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ଅଧ୍ୟାପକ ପଦ୍ମଜା ଦେଶାଇ କହିଛନ୍ତି କି, କୃଷ୍ଣ ନଦୀ ଅବବାହିକାରେ ମିଳିଥିବା ଏହି ବିଷ୍ଣୁ ପ୍ରତିମାଙ୍କର ଅନେକ ବିଶେଷ ଗୁଣ ରହିଛି । ସେ କହିଛନ୍ତି ଯେ ଏଥିରେ ଭଗବାନ ବିଷ୍ଣୁଙ୍କ ଚତୁର୍ଦ୍ଦିଗରେ ଦଶାବତାରଙ୍କ ଭୂର୍ତ୍ତି ଖୋଦିତ ହୋଇଛି । ଏଥିରେ ପ୍ରଭୁ ବିଷ୍ଣୁଙ୍କ ଚତୁର୍ଦ୍ଦିଗରେ ଥିବା ମତ୍ସ୍ୟ, କତ୍ସପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ ବଳରାମ, ବୁଦ୍ଧ ଏବଂ କଳକୀ ‘ଦଶାବତାର’କୁ ସ୍ଥାନ ଦିଆଯାଇଛି । ଏହି ମୂର୍ତ୍ତି ଅତ୍ୟନ୍ତ ଦୁର୍ମୁଲ୍ୟ ଏବଂ ଏହା ବହୁ ବର୍ଷ ପୁରୁଣା ।

ମୂର୍ତ୍ତିର ବୈଶିଷ୍ଟ୍ୟ ଉପରେ ବିସ୍ତୃତ ଭାବରେ ସେ କହିଛନ୍ତି ଯେ, ବିଷ୍ଣୁଙ୍କ ଏହି ପ୍ରତିମାରେ ଭଗବାନ ଛିଡା ହୋଇଛନ୍ତି ଏବଂ ତାଙ୍କର ଚାରିଟି ବାହୁ ରହିଛି । ଦୁଇ ହାତରେ ଶଙ୍ଖ ଏବଂ ଚକ୍ର ଧରିଛନ୍ତି ଏବଂ ଅନ୍ୟ ଦୁଇ ହାତରେ ବରଦାନ ମୁଦ୍ରାରେ ରହିଥିବା ଏ ଫଟୋରେ ଆପଣମାନେ ଦେଖିପାରୁଥିବେ । ଏହି ସୂଚନା ପ୍ରଦାନ କରି ସୂତ୍ର କହିଛନ୍ତି ଯେ ଅଯୋଧ୍ୟାରେ ନୂତନ ଭାବେ ନିର୍ମିତ ରାମ ମନ୍ଦିରରେ ଏହାର ବୈଶିଷ୍ଟ୍ୟଗୁଡିକ ନିକଟରେ ପବିତ୍ର ହୋଇଥିବା ‘ରାମଲାଲା’ ପ୍ରତିମା ସହିତ ସମାନ । ଏଭଳି ମୂର୍ତ୍ତକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

Get real time updates directly on you device, subscribe now.